ଦିନିକିଆ ବିଶ୍ବକପରେ ଗୋଟିଏ ଓଭରରେ ଏହି ବ୍ୟାଟ୍ସମ୍ୟାନ୍ ଲଗାଇଥିଲେ ୬ଟି ଛକା : ଆତ୍ମସମର୍ପଣ କରିଥିଲା ନେଦରଲାଣ୍ଡସ୍, ଦେଖନ୍ତୁ ଭିଡିଓ…

Published By : Prameya-News7 Bureau | February 23, 2021 IST

ନୂଆଦିଲ୍ଲୀ ୨୩/୦୨ : ଆଇସିସି ବିଶ୍ବକପଗୁଡିକରେ ଏଭଳି କିଛି ମୂହୁର୍ତ୍ତ ରହିଛି ଯାହାକି ଚିର ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଏଭଳି ଏକ ସ୍ମରଣୀୟ ଇନିଂସ ଖେଳିଥିଲେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ହର୍ଷେଲ ଗିବ୍‌ସ । ୨୦୦୭ ଆଇସିସି ବିଶ୍ବକପର ୭ମ ମ୍ୟାଚ୍‌ରେ ଏଭଳି କରିସ୍ମା କରି ଦେଖାଇଥିଲେ ଗିବ୍‌ସ । ନେଦରଲାଣ୍ଡର ସ୍ପିନର ଡାନ୍‌ ଭାନ୍‌ ଭୁଙ୍ଗେଙ୍କ ଓଭରରେ ୬ଟି ବଲ୍‌ରେ ୬ଟି ଛକା ମାରି ସମସ୍ତଙ୍କୁ ଚକିତ କରିଦେଇଥିଲେ ହର୍ଷେଲ ଗିବ୍‌ସ ।

 ଅନଭିଜ୍ଞ ନେଦରଲ୍ୟାଣ୍ଡସ୍‌ ବିରୁଦ୍ଧରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଆଧିପତ୍ୟ ବିସ୍ତାର କରିଥିଲା । ବର୍ଷା ବାଧାପ୍ରାପ୍ତ ଯୋଗୁଁ ଉକ୍ତ ଦିନିକିଆ ମ୍ୟାଚ୍‌କୁ ୪୦ ଓଭର ବିଶିଷ୍ଟ କରାଯାଇଥିଲା । ମ୍ୟାଚ୍‌ର ପ୍ରଥମ ଓଭରରେ ହିଁ ଦଳ ଓପନର ଏବି ଡିଭିଲିୟର୍ସଙ୍କ ଓ୍ବିକେଟ୍‌ ହରାଇଥିଲା । ଏହା ପରେ ଗ୍ରେମ୍‌ ସ୍ମିଥ୍ ଏବଂ ହର୍ଷେଲ ଗିବ୍‌ସ ପାଳିକୁ ଆଗକୁ ନେଇଥିଲେ । ୨୯ ତମ ଓଭର ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ମଜଭୁତ ସ୍ଥିତିରେ ଥିଲା । ଦଳ ୧୭୮ ରନ୍‌ରେ ୨ଟି ଓ୍ବିକେଟ୍‌ ହରାଇଥିଲା । ୩୦ ତମ ଓଭରରେ ବୋଲିଂ କରିବାକୁ ଆସିଥିବା ଲେଗ୍‌ ସ୍ପିନର ଡାନ୍‌ ଭାନ୍‌ ଭୁଙ୍ଗେଙ୍କୁ ପ୍ରଥମରୁ ଆକ୍ରମଣ କରିଥିଲେ ଗିବ୍‌ସ । ଭୁଙ୍ଗେଙ୍କ ଓଭରରେ ୬ଟି ବଲରେ ୬ଟି ଛକା ମାରି ଚମାକାଇଦେଇଥିଲେ ।

ଦିନିକିଆ କ୍ରିକେଟ୍ ଇତିହାସରେ ଗୋଟିଏ ଓଭରରେ ୬ଟି ଛକା ମାରି ନୂଆ ରେକର୍ଡ ସୃଷ୍ଟି କରିଥିଲେ ହର୍ଷେଲ ଗିବ୍‌ସ । କେବଳ ସେତିକି ନୁହେଁ କୌଣସି ବିଶ୍ବକପରେ ୬ଟି ବଲରେ ୬ଟି ଛକା ମାରିବାର ରେକର୍ଡ ଗିବ୍‌ସଙ୍କ ନାଁରେ ରହିଛି । ତାଙ୍କ ପୂର୍ବରୁ ସାର୍‌ ଗାରଫିଲଡ୍‌ ସୋବରସ୍‌ ଏବଂ ଭାରତର କ୍ରିକେଟ୍‌ କିମ୍ବଦନ୍ତୀ ରବି ଶାସ୍ତ୍ରୀ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏହି ରେକର୍ଡ ହାସଲ କରିଥିଲେ ।

wp:embed {"url":"https://youtu.be/CKdYJSpQZD8","type":"video","providerNameSlug":"youtube","responsive":true,"className":"wp-embed-aspect-4-3 wp-has-aspect-ratio"}
https://youtu.be/CKdYJSpQZD8
/wp:embed

ଗିବ୍‌ସଙ୍କ ବ୍ୟତିତ ଯୁବରାଜ ସିଂହଙ୍କ ନାଁରେ ମଧ୍ୟ ୬ଟି ବଲରେ ୬ଟି ଛକା ମାରିବାର ରେକର୍ଡ ରହିଛି । ୨୦୦୭ ଟି-ଟ୍ବେଣ୍ଟି ବିଶ୍ବକପରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ୬ଟି ଛକା ମାରିଥିଲେ । ଏହା ସହିତ ଟି-ଟ୍ବେଣ୍ଟିରେ ଦୃତ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ମଧ୍ୟ ଯୁବରାଜ ସିଂହଙ୍କ ନାଁରେ ରହିଛି । ଯୁବି ସେହି ମ୍ୟାଚ୍‌ରେ ଏକାଧିକ ରେକର୍ଡ ହାସଲ କରିଥିଲେ । ମାତ୍ର ୧୨ଟି ବଲ୍‌ ଖେଳି ଅର୍ଦ୍ଧଶତକ ହାସଲ କରିବା ସହିତ ୬ଟି ବଲରେ ୬ଟି ଛକା ମାରିବାର ବିରଳ ରେକର୍ଡର ଅଧିକାରୀ ହୋଇଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.