କୋର୍ଟରେ ସିଧା ପ୍ରସାରଣ ନିଷ୍ପତ୍ତିକୁ ବାର ଆସୋସିଏସନର ତୀବ୍ର ବିରୋଧ, ଦାବି ପୂରଣ ନହେଲେ...

Published By : Prameya-News7 Bureau | August 02, 2021 IST

କଟକ ୦୨।୦୮: ହାଇକୋର୍ଟରେ ହେଉଥିବା ବିଭିନ୍ନ ମାମଲାର ଶୁଣାଣୀ ବା ପ୍ରୋସିଡ଼ିଂର ସିଧା ପ୍ରସାରଣ ପାଇଁ ଯେଉଁ ନିଷ୍ପତି ହୋଇଥିଲା, ତାକୁ ବିରୋଧ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ନିଷ୍ପତି ପ୍ରତ୍ୟାହାର ପାଇଁ ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଦାବି କରାଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଓକିଲ ମାନଙ୍କ ନିରାପତ୍ତାକୁ ନେଇ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରିକି ଜଜ କିମ୍ବା ମହକିଲ ମାନଙ୍କ ପାଇଁ ଏହା କୌଣସି ପ୍ରକାର ସୁଫଳ ଦେବ ନାହିଁ ବୋଲି ହାଇକୋର୍ଟ ବାର୍ ପକ୍ଷରୁ କୁହାଯାଇଛି ।

ନିଷ୍ପତି ପ୍ରତ୍ୟାହାର ଲାଗି ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଉକ୍ତଦିନ ପୁଣି ଠାରେ ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ବସିବ । ଯଦି ଦାବି ପୂରଣ ନହୁଏ ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ବୁଧବାର ନିଷ୍ପତି ନିଆଯିବ , ଆବଶ୍ୟକ ହେଲେ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରିବେ ବୋଲି ଆଜି ଏକ ପ୍ରକାର ଚେତାବନୀ ଦେଇଛି ହାଇକୋର୍ଟ ବାର । ମାମଲା ପରିଚାଳନାର ସିଧା ପ୍ରସାରଣ କରିବାଲାଗି ଗତ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ଏହି ନୂତନ ବ୍ୟବସ୍ଥା ଆଜିଠାରୁ କାର୍ଯ୍ୟକାରୀ ହୋଇଥାଆନ୍ତା । କିନ୍ତୁ ଏହାକୁ ବିରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.