Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଖୋଲି ଲୋକଙ୍କୁ ଠକିଲେ, ଆକାଉଣ୍ଟରୁ ଟଙ୍କା ଗାଏବ, କର୍ମଚାରୀ ଅଟକ

19/10/2021 at 10:17 PM

ନୀଳଗିରି, ୧୯/୧୦: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଂଚାୟତରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିନରେ ଏକ ଶାଖା ତଥା କିଓସ୍କୋ ବ୍ୟାଙ୍କ ଖୋଲାଯାଇଥିଲା। ହେଲେ ହିତାଧିକାରୀଙ୍କ ଟିପ ଚିହ୍ନ ନେବା ଓ ଏଟିଏମ ପାଖରେ ରଖି ବ୍ୟାଙ୍କର କର୍ମଚାରୀ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ବାଉଁଶବଣିଆ ଠାରେ ଖୋଲାଯାଇଥିବା ଏହି କିଓସ୍କୋ ବ୍ୟାଙ୍କଟିରେ କବିତା ଆଚାର୍ଯ୍ୟ ପରିଚାଳନା କରୁଥିବା ବେଳେ ତାଙ୍କ ସ୍ୱାମୀ ଜ୍ଞାନରଞ୍ଜନ ମଣ୍ଡଳ ବୁଝାସୁଝା କରୁଛନ୍ତି । ବାଉଁଶବଣିଆ ଅଞ୍ଚଳର କ୍ଷୀରୋଦ ପାତ୍ର ମଧ୍ୟ କର୍ମଚାରୀ ଭାବେ କାର୍ଯ୍ୟକରନ୍ତି। ହେଲେ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ହେବ ଆଖ ପାଖ ଅଞ୍ଚଳର ଗରିବ ଖଟିଖିଆ ଲୋକମାନେ ଏହି ବ୍ୟାଙ୍କରେ ଜମା ଖାତା ଖୋଲିଥିବା ବେଳେ ଟଙ୍କା ଜମା କରିଥାନ୍ତି। ହେଲେ ସୂଚନା ମୁତାବକ ଏହି ବ୍ୟାଙ୍କରେ ରଖିଥିବା ଜମା ଟଙ୍କା ଲୋକ ମାନେ ଫିଙ୍ଗର ପ୍ରିଣ୍ଟ ଦେଇ  ଉଠାଉଥିବା ବେଳେ ଲିଙ୍କ ନଥିବା କହି ବହୁ ହିତାଧିକାରୀ ତାଙ୍କ ଏକାଉଣ୍ଟରୁ ଆବଶ୍ୟକତା ଠାରୁ ଅଧିକ ଟଙ୍କା ଉଠିଥିବା ଜାଣିବାକୁ ପାଇଥିଲେ। ଏପରିକି ତାଙ୍କ ଅଗୋଚରରେ ଏଟିଏମ କାର୍ଡ ମଧ୍ୟ ଖୋଲାଯାଇ ଅର୍ଥ ମଧ୍ୟ ଉଠିଥିବା ଅଭିଯୋଗ ଉଠିଛି। ଜୁଣିଆ ଗ୍ରାମର ଶ୍ରୀକାନ୍ତ ମଲିକଙ୍କର ୧୮ହଜାର ଟଙ୍କା, ସୁକାନ୍ତି ପ୍ରଧାନଙ୍କର ୮ହଜାର ଟଙ୍କା, ଗୁହାଳିଆ ଗ୍ରାମର ମାଳତୀ ବେହେରାଙ୍କର ୨ ହଜାର ଟଙ୍କା, ବାଉଁଶ ବଣିଆ ଗ୍ରାମର ସବ ଦେଉରିଙ୍କର ୪ହଜାର ଟଙ୍କା, ବାଲିଉରା  ଗ୍ରାମର ଲଷ୍ମୀ ପ୍ରଧାନଙ୍କର ୧୪ ହଜାର ୧୦୦ ଟଙ୍କା ଉଠାଇ ନିଆଯାଇଥିବା ଜଣାପଡିଛି।

ହିତାଧିକାରୀମାନେ ଆଜି ଯାଇ ପଚାରିବାରୁ ବ୍ୟାଙ୍କ କର୍ମଚାରୀ ପାଲଟା ନାଲି ଆଖି ଦେଖାଇ ଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଉଭୟ ଦମ୍ପତ୍ତିଙ୍କୁ ବହୁ ସମୟ ଅଟକ ରଖିଥିବା ଜଣାପଡିଛି। ପରେ ଘଟଣାକୁ ନେଇ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ। କିଓସ୍କୋ ବ୍ୟାଙ୍କ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ଉଭୟ ଘଟଣା ସ୍ଥଳରୁ ଛାଡ଼ ପାଇଯାଇଥିବା ଜଣାପଡିଛି।

   Related Posts