Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟାଙ୍କ କ୍ୟାସିୟର ପ୍ୟାଣ୍ଟ ଖୋଲି କଲେ ହଟହଟା, ରେଳ ଷ୍ଟେସନରେ ଥିବା ଅପରିଷ୍କାର ପାଣିରେ ଶୋଇଗଲେ…

5/09/2019 at 4:07 PM

ବାରଣାସୀ୫|୯: ବାରଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମର ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଅଚାନକ ଜଣେ ବ୍ୟକ୍ତି ପ୍ୟାଣ୍ଟ୍ ଓହ୍ଲାଇ ଟ୍ରେନ ଲାଇନରେ ଶୋଇ ଯାଇଥିଲେ। ଜିଆରପିଙ୍କ  ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଏହି ବ୍ୟକ୍ତି ଭଗବାନପୁରର ନିବାସୀ ଏବଂ ତାଙ୍କ ନାଁ ହେଉଛି ସୁଧାଂଶୁ ଉପାଧ୍ୟାୟ। ଜ୍ଞାନ୍‌ପୁର ଶାଖା ଥିବା କୋଓପେରିଟିଭ ବ୍ୟାଙ୍କରେ ସେ କ୍ୟାସିୟର ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡିଛି।

ଅଧିକାରୀଙ୍କ ସୂଚନା ମୁତାବକ, ସୁଧାଂଶୁ ପ୍ରତ୍ୟେକ ଦିନ ତାଙ୍କ ସାଙ୍ଗମାନଙ୍କ ସହ ବାରାଣସୀରୁ ଜ୍ଞାନ୍‌ପୁରକୁ ଯାଇଥାନ୍ତି।ବୁଧବାର ଦିନ ପଞ୍ଜାବ ମେଲରୁ କ୍ୟାଣ୍ଟ ଷ୍ଟେସନରେ ସେ ପହଞ୍ଚିଥିଲେ। ସୁଧାଂଶୁଙ୍କ ସାଙ୍ଗରେ ମଧ୍ୟ ତାଙ୍କ ସାଙ୍ଗମାନେ ଷ୍ଟେସନରେ ପହଞ୍ଚିଥିଲେ।ହେଲେ ପହଞ୍ଚିବା ପରେ ସସସ୍ତେ ନିଜ ନିଜ ଘରକୁ ଚାଲିଯାଇଥିଲେ।କିନ୍ତୁ ସୁଧାଂଶୁ ଘରକୁ ନଯାଇ ଷ୍ଟେସନରେ ରହିଥିଲେ। ହେଲେ ସେହିଦିନ ଅଚାନକ ପ୍ୟାଣ୍ଟ ଖୋଲି ଟ୍ରେନ ଲାଇନରେ ଥିବା ପରିଷ୍କାର ପାଣି​‌ରେ ସେ ଶୋଇ ପଡିଥିଲେ। ଅଚେତ୍ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା।

ସୁଧାଂଶୁଙ୍କର ଏହଭଳି ହରକତ ଦେଖି ତାଙ୍କ ସାଙ୍ଗମାନଙ୍କୁ ରେଲଓ୍ବେ ପୋଲିସ ଫୋନ୍‌ କରିଥିଲେ। ବୁଧବାର ରାତି ୯.୩୦ରେ ସାଙ୍ଗମାନେ ତାଙ୍କୁ ଘରକୁ ନେଇଯାଇଥିଲେ।ତାଙ୍କ ସଂପର୍କୀୟଙ୍କ କହିବା ଅନୁସାରେ, ଦୀର୍ଘ ୨୫ ବର୍ଷ ହେବ ଜ୍ଞାନ୍‌ପୁରକୁ ଯାଆନ୍ତି ହେଲେ ଏଭଳି ସେ କିଛି  କାମ କରନ୍ତି ନାହିଁ।ଜ୍ଞାନ୍‌ପୁରରେ ଥିବା କୋଓପେରିଟିଭ ବ୍ୟାଙ୍କର ସଚିବ ଏପି ପାଣ୍ଡେ କହିଛନ୍ତି ଯେ, ବୁଧବାର ଦିନ ସେ ବ୍ୟାଙ୍କ ଆସି ଡ୍ୟୁଟି କରିଛନ୍ତି ହେଲେ ତାଙ୍କ କଥା ସବୁ ଅଜବ ଅଜବ ପରି ଲାଗୁଥିଲା ଏପରି କାହିଁକି କଲେ ଜାଣି ନାହାଁନ୍ତି ବୋଲି ପାଣ୍ଡେ କହିଛନ୍ତି ।

   Related Posts