ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା: ବ୍ୟାଗ୍‌ରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଥିଲେ

Published By : Prameya-News7 Bureau | July 03, 2020 IST

ବ୍ରହ୍ମପୁର୩/୭: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଶିଶୁ କନ୍ୟାଙ୍କୁ ସୁରକ୍ଷା ନିମନ୍ତେ ସରକାର କଡ଼ାକଡ଼ି ନିୟମ ସତ୍ତ୍ବେ ଏଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। ସହରର ଶେଷ ମୁଣ୍ଡରେ ଥିବା ଏକ ନାଳ ନିକଟରୁ ଶୁକ୍ରବାର ଏକ ଜନ୍ମିତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଗୋଟିଏ ବ୍ୟାଗ୍‌ ଭିତରେ ଶିଶୁ କନ୍ୟାକୁ ଭର୍ତ୍ତି କରି କିଏ ଜଣେ ଫିଙ୍ଗି ଦେଇଥିବା ଜଣାପଡିଛି। ଶିଶୁଟିର କାନ୍ଦ ଶୁଭିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ନାଳରେ ପଡିଥିବା ଶିଶୁଟିକୁ ନେଇ ଚିକିତ୍ସା କରିଥିଲେ ସ୍ଥାନୀୟ ଲୋକେ। ବର୍ତ୍ତମାନ ଶୁଶୁଟିର ସୁସ୍ଥଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସ ପ୍ରଶାସନକୁ ଅବଗତ କରିଥିଲେ। କବିସୂର୍ଯ୍ୟନଗର ପୋଲିସ ଓ ଚାଇଲ୍ଡ ଲାଇନର ଅଧିକାରୀ ମାନେ ଘଟଣାସ୍ଥଳରେ ପହଁଞ୍ଚି ଶିଶୁଟିକୁ ସ୍ଥାନୀୟ ଲୋକଙ୍କ ପାଖରୁ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.