ଆସନ୍ତା ସପ୍ତାହରେ ବଦଳିବ ଏହି ୬ଟି ରାଶି ଥିବା ଲୋକଙ୍କ ଭାଗ୍ୟ

Published By : Prameya-News7 Bureau | September 22, 2019 IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ଚଳିତ ମାସ ୨୩ ତାରିଖରୁ ଆସନ୍ତା ମାସ ୧ ତାରିଖ ଯାଏଁ ବେଶ ଶୁଭ ସମୟ ରହିବ। ଏକ ସପ୍ତାହରୁ ଅଧିକ ଏହି ଶୁଭ ସମୟ କିଛି ରାଶି ପାଇଁ ଲାଭଦାୟକ ହେବ। ସେମାନଙ୍କ ଭାଗ୍ୟରେ ଅନେକ କିଛି ଭଲ ହେବ। ଦୈନିକ ଜୀବନରେ ସୁଖ,ଶାନ୍ତି ଓ ସମୃଦ୍ଧି ଆସିବ। ତେବେ କେଉଁ ରାଶିର ଲୋକଙ୍କ ଭାଗ୍ୟ ବଦଳିବ ଜାଣନ୍ତୁ।    

କନ୍ୟା ଓ କର୍କଟ ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ଚଳିତ ମାସ ୨୩ ତାରିଖରୁ ଅକ୍ଟୋବର ମାସ ୧ ତାରିଖ ଯାଏଁ କନ୍ୟା ଓ କର୍କଟ ରାଶି ଲୋକଙ୍କ ପାଇଁ ବେଶ ଶୁଭ ସମୟ ରହିବ। ଜୀବନରେ ସଫଳତା ହାସଲ ହେବ। ଚାକିରି କରୁଥିବା ଲୋକଙ୍କୁ ଶୁଭ ସମାଚାର ମିଳିବ ଓ ଚାକିରି ଖୋଜୁଥିବା ଲୋକଙ୍କୁ ମଧ୍ୟ ଶୁଭ ଖବର ମିଳିବ। ନୂଆ କାମ ଆରମ୍ଭ କରିବା ପାଇଁ ବେଶ ଶୁଭ ସମୟ ରହିବ। ଭଗବାନ ଶିବଙ୍କୁ ପୂଜା କଲେ ଅନେକ ଆଗକୁ ବଢିବେ।

ମକର ଓ ତୁଳା ରାଶି- ଚଳିତ ମାସ ୨୩ ତାରିଖରୁ ଅକ୍ଟୋବର ମାସ ୧ ତାରିଖ ଯାଏଁର ସମୟ ମକର ଓ ତୁଳା ରାଶିର ଲୋକଙ୍କ ପାଇଁ ଆନନ୍ଦମୟ ହେବ। ପ୍ରତ୍ୟେକ କାମରେ ଭାଗ୍ୟର ସାଥିରେ ରହିବ। ମାନ ସମ୍ମାନରେ ବୃଦ୍ଧି ହେବ। ସଫଳ ଜୀବନ ପାଇଁ ପୂଜା କଲେ ଭଗବାନ ସନ୍ତୁଷ୍ଟ ହେବେ ଓ ଅନେକ ଜିନିଷରେ ସାହାଯ୍ୟ କରିବେ। ବିବାହିତ ଜୀବନରେ ଖୁସୀ ଖବର ମିଳିବ। ସ୍ବପ୍ନ ସାକାର ହେବା ସହ ଚାକିରିରେ ପଦୋନ୍ନତି ହେବ।ଭଗବାନ ଶିବଙ୍କ ଦର୍ଶନ କରନ୍ତୁ ।

ବୃଷ ଓ ମେଷ ରାଶି- ସେପଟେମ୍ବର ମାସ ୨୩ ତାରିଖରୁ ଅକ୍ଟୋବର ମାସ ୧ ତାରିଖ ଯାଏଁ ବୃଷ ଓ ମେଷ ରାଶି ଲୋକଙ୍କ ପାଇଁ ଶୁଭ ସମୟ ରହିଛି। ଜୀବନରେ ଅନେକ ଖୁସି ଆସିବ।ଏହି ରାଶିର ଲୋକେ ଆର୍ଥିକ ରୂପରୁ ଆହୁରି ମଜବୁତ ହେବେ । ବ୍ୟାପାରରେ ଲାଭ ହେବାର ସମ୍ଭାବନା ରହିଛି। ଭଗବାନ ଶିବଙ୍କୁ ପୂଜା କଲେ ଦିନ ଭଲରେ କଟିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.