Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଆସନ୍ତାକାଲିଠୁ କଳାକାର କ୍ରିକେଟ୍ ପ୍ରିମିୟର ଲିଗ୍, କ୍ରିକେଟ୍ ଖେଳିବେ କଳାକାର

7/03/2021 at 4:31 PM

ବଲାଙ୍ଗୀର ୦୭।୦୩:  କଳାକାର ଖେଳିବେ କ୍ରିକେଟ୍। ଯେଉଁ କଳାକାର ୟୁଟ୍ୟୁବ୍ ହଉ କି ମଞ୍ଚ ସିନେମା ହଉ କି ଆଲବମ ସବୁଠି ତାର କଳାକୃତି ଦେଖାଇ ଲୋକଙ୍କ ନିଜ ଆଡକୁ ଆକୃଷ୍ଟ କରିଥାଏ ସେହି କଳାକାର ଏବେ କ୍ରିକେଟ୍ ଦୁନିଆରେ ଦେଖାଇବେ କଳା। ରଙ୍ଗବତି ଠାରୁ ରସରକେଲି। ଆଧୁନିକ ଠାରୁ ଅତ୍ୟାଧୁନିକ । କଳା କ୍ଷେତ୍ରରେ ନିଜ ଦକ୍ଷତା ଦେଖାଇଛନ୍ତି ସମଗ୍ର ପଶ୍ଚିମ ଓଡିଶାର କଳାକାର  । ଏବେ ଆଉ ଏକ ଦକ୍ଷତା ସମଗ୍ର ପଶ୍ଚିମ ଓଡିଶାର କଳାକାର ଦେଖାଇବାକୁ ଯାଉଛନ୍ତି। ସମଗ୍ର ପଶ୍ଚିମ ଓଡିଶା କଳାକାରଙ୍କୁ ନେଇ ଆୟୋଜିତ ହେବା କଳାକାର କ୍ରିକେଟ୍ ପ୍ରିମିୟର ଲିଗ୍। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ। ଆସନ୍ତା କାଲି ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କଳାକାର କ୍ରିକେଟ ମ୍ୟାଚ୍। ଯାହାକୁ ନେଇ ବେଶ ଖୁସି କଳାକାର।

ଆସନ୍ତା ୮ ତାରିଖ ଓ ୯ ତାରିଖରେ ହେବ ମ୍ୟାଚ୍। ସମଗ୍ର ପଶ୍ଚିମ ଓଡିଶାରୁ ନାମୀଦାମୀ କଳାକାର ଏହି ମ୍ୟାଚ୍‌ରେ ଭାଗ ନେବାକୁ ଯାଉଛନ୍ତି। କିଛି ଖେଳାଳି ହୋଇ ତ କିଛି ଅତିଥି ହୋଇ।  ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାକୁ ନେଇ ୧୧ ଟି ଟିମ ଗଠିତ ହୋଇଛି। ଯାହା ମଧ୍ୟରେ ହେବ ମ୍ୟାଚ୍। ୧୦ ଓଭରର ମ୍ୟାଚ୍ ଖେଳିବେ କଳାକାର। ଏଥିପାଇଁ କରାଯାଇଛି ବିଭିନ୍ନ ଟିମ। ବିଭିନ୍ନ ଟିମକୁ ଦିଆଯାଇଛି ଭିନ୍ନ ଭିନ୍ନ ନାମ।

ଦଳଗୁଡିକର ନାଁ ହେଉଛି ରକଷ୍ଟାର ଓ୍ବାରିୟର୍ସ, କୋଶଲ ଟାଇଗର, ରିୟଳ ଏଭେଞ୍ଜର, ସମ୍ବଲ ସମୁରାଇ, ଦ ସନରାଇଜ , ବ୍ଲୁ ରାଇଡର , ୧୧ ଷ୍ଟାର ଭଳି ବିଭିନ୍ନ ଟିମ ର ନାମ ଦିଆଯାଇଥିବା ବେଳେ ରହିଛନ୍ତି ବହୁ କଳାକାର। । ଗାନ୍ଧି ଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଏହି ମ୍ୟାଚ୍ର ଆୟୋଜନ କରାଯାଉଛି। ତେବେ ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ସମଗ୍ର ପଶ୍ଚିମ ଓଡିଶାକୁ ନେଇ କରାଯାଇଥିବା ବେଳେ ବେଶ ଖୁସି ଅନୁଭବ କରିଛନ୍ତି କଳାକାର ଠାରୁ ଦର୍ଶକ। ମଇଦାନ ରେ ନିଜ କଳା ଦେଖାଇବେ କଳାକାର । ଏଭଳି ଏକ ମ୍ୟାଚ୍ ଖେଳିବାକୁ ଓ ଦେଖିବାକୁ ବେଶ୍ ଉତ୍ସାହିତ ଅଛନ୍ତି କଳାକାର ସହ ଦର୍ଶକ।

   Related Posts