Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପେଗମ୍ବର ମହମ୍ମଦଙ୍କ କାର୍ଟୁନ କରିଥିବା ଆର୍ଟିଷ୍ଟଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ, ଦୁଇ ଥର ହୋଇଥିଲା ହତ୍ୟା ଉଦ୍ୟମ

4/10/2021 at 10:34 PM

ଷ୍ଟକହୋମ ୦୪।୧୦: ସ୍ଵିଡେନର କାର୍ଟୁନିଷ୍ଟ ଲାର୍ସ ଭିଲ୍‌କ୍ସ ୧୪ ବର୍ଷ ପୂର୍ବେ ପେଗମ୍ବର ମହମ୍ମଦଙ୍କ ଏକ କାର୍ଟୁନ କରିଥିଲେ। ଏହା ପରେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ମିଳିବା ଆରମ୍ଭ ହୋଇ ଯାଇଥିଲା ଏବଂ ତାଙ୍କ ଉପରେ ଦୁଇ ଥର ହତ୍ୟା ଉଦ୍ୟମ ମଧ୍ୟ ହୋଇଥିଲା। ହେଲେ ସେ ଉଭୟ ଥର ଆକ୍ରମଣରୁ ବଞ୍ଚି ଯାଇଥିଲେ। ମାତ୍ର ରବିବାର ଭାଗ୍ୟ ତାଙ୍କ ସହ ନଥିଲା। ସୁରକ୍ଷା ବଳ ସହ ଲାର୍ସ ପୋଲିସ ଗାଡିରେ ଯାଉଥିଲେ। ହେଲେ  ସାମ୍ନା ପଟୁ ଟ୍ରକ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି।

ତାଙ୍କ ସହ ଥିବା ଦୁଇ ପୋଲିସ କର୍ମୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ଦୁଦଇ ଗାଡିରେ ନିଆଁ ଲାଗି ଯାଇଛି। ଟ୍ରକ ଡ୍ରାଇଭର ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ଅଛନ୍ତି। ଘଟଣା ସ୍ଵିଡେନର କ୍ରୋନୋବର୍ଗରେ ଘଟିଛି। ଲାର୍ସ ୨୦୦୭ରେ ପେଗମ୍ବର ମହମ୍ମଦଙ୍କ ଆପତ୍ତିଜନକ କାର୍ଟୁନ୍ କରିଥିଲେ। ଏହା ପରଠୁ ତାଙ୍କୁ ହତ୍ୟା ଧମକ ଆସୁଥିଲା। ୨୦୧୧ରେ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିବା ପାଇଁ ରଚାଯାଇଥିବା ଷଡଯନ୍ତ୍ର ସ୍ଵୀକାର କରିଥିଲେ। ୨୦୧୪ରେ ଉକ୍ତ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୫ରେ ପୁଣି ଥରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।

ଫ୍ରାନ୍ସର ମ୍ୟାଗଜିନ୍ ଶାର୍ଲି ଅବଦୋରେ ପେଗମ୍ବର ମହମ୍ମଦର ଆପତ୍ତିଜନକ କାର୍ଟୁନ ପ୍ରକାଶ ପାଇବାରୁ ଲାର୍ସ ସୁରକ୍ଷା ମାଗିଥିଲେ। ରବିବାର ଘଟଣାକୁ ବର୍ତ୍ତମାନ ସୁଦ୍ଧା ଏକ ଦୁର୍ଘଟଣା ବୋଲି କୁହାଯାଉଛି। ମାତ୍ର ପୋଲିସ ତଦନ୍ତ କରୁଥିବା ଜଣା ପଡିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେଉଁ ଗାଡିରେ ଭିଲ୍‌କ୍ସ ଯାଉଥିଲେ, ସେହି ଗାଡିର ଗତି ଦ୍ରୁତ ଥିଲା।

ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି, ଏମିତି ଲାଗୁଛି ଯେ, ପୋଲିସ ଗାଡି ଅନିୟନ୍ତ୍ରିତ ହୋଇ ସଡକର ଅନ୍ୟ ପାର୍ଶ୍ଵରେ ଯାଉଥିବା ଟ୍ରକରେ ଯାଇ ପିଟି ହୋଇଥିଲା। ତୀବ୍ର ଧକ୍କା ପରେ ଦୁଇ ଗାଡିରେ ନିଆଁ ଲାଗି ଯାଇଥିଲା। ପେଗମ୍ବରଙ୍କ କାର୍ଟୁନ ତିଆରି କରିଥିବା କାର୍ଟୁନିଷ୍ଟ ଲାର୍ସ ଭିଲ୍‌କ୍ସକୁ ମାରିବାକୁ ଅଲ କାଏଦା ମଧ୍ୟ ପୁରସ୍କାର ରାଶି ଘୋଷଣା କରିଥିଲା।

   Related Posts