Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅନଲକ୍‌ 5.0ର ଗାଇଡ୍‌ଲାଇନ୍‌ ଜାରି ପରେ ମୁହଁ ଖୋଲିଲେ କଳାକାର: କହିଲେ, ‘ଆମ ପାଇଁ କିଛି ଗୋଟେ ବିକଳ୍ପ ବ୍ୟବସ୍ଥା କରାଯାଉ’

7/10/2020 at 4:52 PM

କୁଚିଣ୍ଡା୭/୧୦: ଚଳିତ ମାସରୁ ଆରମ୍ଭ ହେଲା ଅନଲକ5.0 । ଏଥିରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କିଛି ପରିମାଣରେ କୋଭିଡ କଟକଣା କୋହଳ ହୋଇଥିବା ବେଳେ ଏବେ ମଧ୍ୟ ଉପେକ୍ଷିତ ହୋଇ ରହିଛନ୍ତି କଳାକାରମାନେ । କରୋନା କଟକଣା ସେମାନଙ୍କ ଆର୍ଥତ୍କ ମାନଦଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ଦୋହୋଲାଇ ଦେଇଛି ।ସେମାନଙ୍କର ଜୀବନ ଜିବିକା ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ମନରେ ରହିଛି ଅନେକ କ୍ଷୋଭ । ହେଲେ ବି ମନରେ ଆଶାରଖତ୍  ଏବେ ବି କିଛି କଳାକାର ନିଜର ଅଭ୍ୟାସ ଜାରି ରଖିଛନ୍ତି। 

କଳାକୁ ପାଥେୟ କରି ବହୁ କଳାକାର ନିଜର କଳା ପରିବେଷଣ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ କରୋନା କଟକଣା ଯୋଗୁଁ ସେମାନେ ତାଙ୍କର ଜୀବିକା ହରେଇ ବସିଛନ୍ତି । କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଅଞ୍ଚଳର ନୃତ୍ୟ କଳାକାରମାନେ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି। ଏହି ନୃତ୍ୟ କଳାକାର ମାନେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମରେ ନିଜର ନିପୁଣ କଳାକାର ପ୍ରଦର୍ଶନ କରି ପ୍ରସଂଶିତ ହେବା ସହ କିଛି ରୋଜଗାର ମଧ୍ୟ କରିଥାନ୍ତି।

ହେଲେ ଗତ ମାର୍ଚ୍ଚ ମାସଠାରୁ କୋଭିଡ କଟକଣା ଯୋଗୁଁ ସରକାରଙ୍କ ପକ୍ଷରୁ ସମସ୍ତ ସାସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲାଗିଥିଲା ।ଫଳରେ ନା ସେମାନେ ତାଙ୍କର କଳା ପ୍ରଦର୍ଶନ କରିପାରିଥିଲେ ନା କିଛି ଅର୍ଥ ଉପର୍ଜନ କରିପାରିଥିଲେ। ହେଲେ ଏବେ ଧୀରେ ଧୀରେ କଟକଣା କୋହଳ ହେବାକୁ ଲାଗିଥିଲେ ମଧ୍ୟ କଳାକାରମାନଙ୍କ ଉପରେ ଏହି କଟକଣା ବଳବତ୍ତର ରହିଛି ।କୌଣସି ମଞ୍ଚ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିନାହିଁ । ଏ ନେଇ କଳାକାରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତୁରନ୍ତ ସେମାନଙ୍କ ପାଇଁ କିଛି ଗୋଟେ ବିକଳ୍ପ କରାଯାଉ ବୋଲି ଦାବି କରିଛନ୍ତି।

   Related Posts