Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କାଙ୍ଗାଳ ହୋଇଗଲା ଏହି ଦେଶର ସେନା, ହେଲିକପ୍ଟର ଭଡାରେ ଲଗାଇ ଅସ୍ତିତ୍ଵ ବଞ୍ଚାଇବାକୁ କରୁଛି ସଂଘର୍ଷ

2/07/2021 at 5:32 PM

ନୂଆଦିଲ୍ଲୀ ୦୨।୦୭: ପଶ୍ଚିମ ଏସିଆ ଦେଶ ଲେବାନନର ଆର୍ଥିକ ସ୍ଥିତି ଏତେ ଦୟନୀୟ ହୋଇ ପଡିଛି। ଏହାର ପ୍ରଭାବ ଏବେ ଦେଶର ସୀମାରେ ଦେଖିବାକୁ ମିଳିଲାଣି। ଏହାର ଅନୁମାନ ଆପଣ ଏଥିରୁ ଲଗାଇ ପାରିବେ ଯେ, ଲେବାନନର ସେନାକୁ ନିଜର ଖର୍ଚ୍ଚ ପାଇଁ ସୈନ୍ୟ ହେଲିକପ୍ଟରକୁ ଭଡାରେ ଦେବାକୁ ପଡୁଛି।

ଖଲିଜ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଲେବାନନ ସେନା ନିଜର ଆନୁଷ୍ଠାନିକ ବୟାନରେ କହିଛି ଯେ, ନାଗରିକଙ୍କୁ ହେଲିକପ୍ଟରରେ ଉଡିବା ପାଇଁ ୧୫ ମିନିଟର ସମୟ ଦିଆଯାଉଛି। ଏଥିରେ ସେମାନେ ଉପରୁ ନିଜ ଦେଶକୁ ଦେଖି ପାରିବେ। ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରକାରର ‘ହେଲିକପ୍ଟର ଜୟରାଇଡ’ ସଦୃଶ। ଏଥିରେ ପର୍ଯ୍ୟଟକଙ୍କୁ ଟଙ୍କା ଦେବାକୁ ପଡିବ। ସେନାର ରବିନସନ ଆର୪୪ ରେବେନ ହେଲିକପ୍ଟରକୁ ଏହି କାମରେ ନିୟୋଜିତ କରାଯାଇଛି। ପ୍ରତି ଉଡାଣରେ ସର୍ବାଧିକ ତିନି ଜଣ ଲୋକଙ୍କୁ ହେଲିକପ୍ଟରରେ ବସିବାକୁ ଅନୁମତି ଦିଆଯାଇଛି। ଏହାର ମୂଲ୍ୟ ୧୫୦ ଡଲାର ଧାର୍ଯ୍ୟ କରାଯାଇଛି।

ସୈନ୍ୟ ସୂତ୍ର ଅନୁଯାୟୀ, ଏହାର ଉଦ୍ଦେଶ୍ୟ ବାୟୁସେନାକୁ ଆର୍ଥିକ ସମର୍ଥନ ଦେବା ସହ ଲେବାନନର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ରହିଛି। ଏହି ଆର୍ଥିକ ସଙ୍କଟରେ ରକ୍ଷଣାବେକ୍ଷଣ ଓ ଉପକରଣ ପାଇଁ ସେନା ବଜେଟ୍‌ ହ୍ରାସ କରିଥିବା ଅଧିକାରୀ କହିଛନ୍ତି।

   Related Posts