ପୁଲଓ୍ବାମା ଆକ୍ରମଣ ଘଟଣାର ବଡ ଖୁଲାସା : କିଏ ଦେଇଥିଲା ଆତଙ୍କବାଦୀଙ୍କୁ ସମସ୍ତ ସୂଚନା ଜାଣନ୍ତୁ

Published By : Prameya-News7 Bureau | February 17, 2019 IST

ଜମ୍ମୁ ୧୭|୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ କେହି ଆତଙ୍କବାଦୀଙ୍କୁ ସହଯୋଗ କରିଛି । ସେନାବାହିନୀକୁ ଆଗରୁ ହିଁ ସନ୍ଦେହ ଥିଲା ଯେ ସେନାବାହିନୀର କୌଣସି ଲୋକ କିମ୍ବା ସ୍ଥାନୀୟ ବାସିନ୍ଦା ସେନାର ସମସ୍ତ ବତିବିଧିର ସୂଚନା ଆତଙ୍କବାଦୀଙ୍କୁ ଦେଇଥିଲା । ଆତଙ୍କବାଦୀଙ୍କୁ ଆଗରୁ ହିଁ ଜଣାଥିଲା ଯେ ଜମ୍ମୁରୁ ଶ୍ରୀନଗରକୁ ସେନାବାହିନୀର ବଡ ଫୌଜ ଯିବାର ଅଛି । ସେହି ଫୌଜରେ କେତେ ଜଣ ଯବାନ ଥିଲେ ତାହା ମଧ୍ୟ ଜଣାଥିଲା । କେଉଁ ସ୍ଥାନରେ ଆକ୍ରମଣ କରାଯିବ ସେନେଇ ମଧ୍ୟ ଆଗରୁ ଯୋଜନା ପ୍ରସ୍ତୁତ କରିଥିଲେ ଆତଙ୍କବାଦୀ ।

ମାତ୍ର ଏବେ ପ୍ରଶ୍ନ ଉଠୁଛି ଯେ, ସେହି ସୂଚନାଦାତା କିଏ ?  ଯିଏକି ଆତଙ୍କବାଦୀମାନଙ୍କୁ ଏ ସମସ୍ତ ଖବର ଦେଇଥିଲା । କେଉଁ ସମୟରେ କେଉଁ ସ୍ଥାନରୁ ଶ୍ରୀନଗରକୁ ଯବାନଙ୍କ ଏକ ଫୌଜ ବାହାରିବାର ଅଛି । ପୁଲଓ୍ବାମା ଆକ୍ରମଣ ଘଟଣାରେ ନିଶ୍ଚିତ ରୂପରେ ନିଜର କେହି ସୂଚନାଦାତା ଥିବା ସନ୍ଦେହ ସେନାବାହିନୀକୁ ଚିନ୍ତାରେ ପକାଇଛି ।

{"id":85911}

ଏକ ରିପୋର୍ଟ ଅନୁସାରେ ଏମିତି ଖବର ମଧ୍ୟ ଶୁଣିବାକୁ ମିଳିଛୁ ଯେ, ଜମ୍ମୁ ବାସିନ୍ଦା ଆତଙ୍କବାଦୀମାନଙ୍କୁ ସହଯୋଗ କରିଛନ୍ତି । ସୁରକ୍ଷାବାହିନୀର ଫୌଜ ଉପରେ ମଧ୍ୟ ସେମାନେ ନଜର ରଖିଥିଲେ । ଭାରତୀୟ ସେନାବାହିନୀର ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଥିବା ନେଇ ଚର୍ଚ୍ଚା ହେଉଛି । ସେନାବାହିନୀକୁ ଏ କଥା ଚିନ୍ତାରେ ପକାଇଛି ଯେ, ଜମ୍ମୁ ବାସିନ୍ଦା କିଏ ଥିଲେ ଯିଏକି ଆତଙ୍କବାଦୀମାନଙ୍କ ନିକଟରେ ଖବର ପହଞ୍ଚାଉଥିଲେ ଯବାନମାନଙ୍କ ଏହି ଫୌଜ ବହୁତ ବଡ ଥିଲା ବୋଲି । ଏଥିରେ ବହୁତ ସଂଖ୍ୟାରେ ଗାଡି ମଧ୍ୟ ସାମିଲ ରହିବ । ଏହି ଫୌଜ କେଉଁଠାରୁ ବାହାରିକି କେଉଁଠାକୁ ଯିବ ସେ ସୂଚନା ମଧ୍ୟ ପୂର୍ବରୁ ଦିଆଯାଇସାରିଥିଲା । ଏଥିରେ ଜମ୍ମୁ ବାସିନ୍ଦା ଆତଙ୍କବାଦୀଙ୍କ ସହଯୋଗ କରିଥିବା ଜଣାପଡୁଛି ।

ପୂର୍ବରୁ ଏ ନେଇ ସନ୍ଦେହ ଥିଲା ମାତ୍ର ଏ ସ୍ପଷ୍ଟ ହୋଇଯାଉଛି ଯେ, କାଶ୍ମୀର ଲୋକ ବାରମ୍ବାର ଆତଙ୍କବାଦୀମାନଙ୍କୁ ସହଯୋଗ କରୁଛନ୍ତି । ଖୁବ୍ ଶୀଘ୍ର ସେନା ଏବଂ ଭାରତ ସରକାରଙ୍କୁ କାଶ୍ମୀରର ଏହି ବାସିନ୍ଦାମାନଙ୍କ ଉପରେ ଲଗାମ ଲଗାଇବାକୁ ପଡିବ । ଯେଉଁମାନେ କେତେବେଳେ ସେନାବାହିନୀ ଉପରକୁ ପଥର ଫିଙ୍ଗୁଛନ୍ତି ତ କେତେବେଳେ ଆତଙ୍କବାଦୀମାନଙ୍କୁ ସହଯୋଗ କରୁଛନ୍ତି । ଏମାନେ କିଏ ଖୁବ୍ ଶୀଘ୍ର ତାର ଖବର ନେବା ଜରୁରୀ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.