ଗାଜିଆବାଦ୪/୧୧: ସେପ୍ଟେମ୍ବର ୨୫ ତାରିଖରେ ଲିଙ୍କ ରୋଡ଼ ଥାନାର ଏସଏଚଓ ମହିଳା ଅଧିକାରୀ ୭୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଘଟଣା ସାମ୍ନାକୁ ଆସଥିଲା। ଏ ନେଇ ଏସଏଚଓ ମହିଳା ଅଧିକାରୀ ଲକ୍ଷ୍ମୀ ସିଂହ ଚୌହାନ ସମେତ ଅନ୍ୟ ଛଅଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ସଂପୃକ୍ତ ଥିବା କର୍ମଚାରୀ ଫେରାର ହୋଇଯାଇଥିଲେ।
ଏନେଇ ଅଭିଯୁକ୍ତମାନେ ଆଗୁଆ ଜାମିନ (Anticipatory bail) ଆବେଦନ କରିଥିଲେ। ଏହାକୁ ଉଚ୍ଚ ନ୍ୟାୟଳୟ ଖାରଜ କରିଛନ୍ତି। ୭୦ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ସଂପୃକ୍ତ ମହିଳା ପୋଲିସ ଅଧିକାରୀଙ୍କ ସମେତ ଅନ୍ୟ ଛଅ ପୋଲିସ କର୍ମଚାରୀ ସାମିଲ ଥିଲେ। ଏ ସମସ୍ତଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।
ଘଟଣା ଅନୁସାରେ ଗତ ସେପ୍ଟେମ୍ବର ୨୫ ତାରିଖରେ ମହିଳା ପୋଲିସ ଅଧିକାରୀ ଲକ୍ଷ୍ମୀ ଓ ଅନ୍ୟ ୬ ଜଣ ପୋଲିସ କର୍ମଚାରୀଙ୍କ ଭିତରେ ୭୦ ଲକ୍ଷ ଟଙ୍କା ଭାଗବାଣ୍ଟ କରି ନେଇଥିଲେ। ଏ ସଂକ୍ରାନ୍ତରେ ଗାଜିଆବାଦ ଏସ୍ପି ଶ୍ଲୋକ କୁମାର ଯାଞ୍ଚ କରି ଅଭିଯକ୍ତ କର୍ମଚାରୀ ଓ ମହିଳା ଅଧିକାରୀକୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଏହି ଘଟଣାରେ ମାମଲା ରୁଜ୍ଜୁ ହେବା ପରେ ଅଭିଯୁକ୍ତମାନେ କୁଆଡ଼େ ଫେରାର ହୋଇଯାଇଥିଲେ। ଗାଜିଆବାଦ ପୋଲିସକୁ ଅଭିଯୁକ୍ତଙ୍କ ସନ୍ଧାନ ଏପର୍ଯ୍ୟନ୍ତ ମିଳି ନାହିଁ।ଏହାପୂର୍ବରୁ ମେରଠ୍ କୋର୍ଟରେ ଅଭିଯୁକ୍ତ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଅଭିଯୁକ୍ତମାନଙ୍କର ଆଗୁଆ ଜାମିନ ଆବେଦନକୁ ମେରଠ୍ କୋର୍ଟ ଖାରଜ କରିଥିଲେ।