Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଧୋକା ! ଏପଟେ ଜଗନଙ୍କୁ ଆପାୟିତ କରୁଥିଲେ ନବୀନ, ସେପଟେ ସୀମାରେ ପଶି ଓଡିଆ ଫଳକ ଭାଙ୍ଗିଲା ଆନ୍ଧ୍ର ପ୍ରଶାସନ, ବାଣ୍ଟିଲା ଅଣ୍ଡା-ଭାତ

10/11/2021 at 8:01 PM

ଭୁବନେଶ୍ଵର ୧୦।୧୧: ଧୋକା । ଆନ୍ଧ୍ର କରୁଛି ଧୋକା। କାଲି ଯେତେବେଳେ ଆନ୍ଧ୍ର ପ୍ରଦେଶ  ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ଭୁବନେଶ୍ବରରେ ଆପ୍ୟାୟିତ କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଠିକ ସେତିକିବେଳେ ଗ୍ରାଉଣ୍ଡରେ ଆନ୍ଧ୍ର ଏଜେଣ୍ଟଙ୍କର ଚାଲିଥିଲା ଧୋକାବାଜି।  ଏହା ଆନ୍ଧ୍ର ସରକାରଙ୍କ ଦୋ ମୁହାଁ ନୀତି ନୁହେଁ ତ ଆଉ କଣ  ।   ଆଲୋଚନା ଚାଲିଥିଲାବାଳେ ଓଡିଶା ସୀମାରେ ପଶି କାଲି ଓଡିଶା ସରକାରଙ୍କ ଫଳକ ଭାଙ୍ଗିଥିଲେ । ଗ୍ରାମସଭା କରିଥିଲା ଆନ୍ଧ୍ର ପ୍ରଶାସନ । ଆଉ ଆଜି  ଆଜି ଫାଟୁସିନେରିରେ  ସ୍କୁଲ ଖୋଲି  ଛାତ୍ରଛାତ୍ରୀଙ୍କୁ ଅଣ୍ଡା- ଭାତ ଖାଇବା ବାଣ୍ଟୁଛି। 

ଏ ହେଉଛି ଫାଟୁ ସିନେରି ଓ ଫଗୁଣରେ ଏମିତି ଘଟଣା ଦେଖିବାକୁ ମିଳିଛି। ଓଡ଼ିଆ ଫଳକକୁ ଭାଙ୍ଗି ଲିଭେଇ ଓପାଡ଼ି ଦିଆଯାଇଛି । ସେଠାରେ ଲାଗିଛି ତେଲୁଗୁ ଫଳକ।    କୋଟିଆ ପଞ୍ଚାୟତର ୮ଟି ଗାଁ ଫଗୁଣସିନେରି, ଫାଟୁ ସିନେରି, ମାଡକାର, ସହ ବିଭିନ୍ନ ଗ୍ରାମରେ ଲାଗିଥିବା ଓଡ଼ିଶା ସରକାରଙ୍କ ଫଳକକୁ ଏମିତି ହଟେଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସରକାରୀ ତଥ୍ୟ ସମ୍ବଳିତ  ଓଡିଆ ଫଳକ ହଟାଇ ସେହି ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଫୋଟ ଥାଇ ଆନ୍ଧ୍ର ସରକାରଙ୍କ  ଯୋଜନା ସମ୍ବଳିତ ହୋଡିଂ ଲଗାଯାଇଛି। ସେହିପରି ଭୁବନେଶ୍ବରରେ ଗତ କାଲି ଆଲୋଚନା ଚାଲିଥିବା ବେଳେ ଗତକାଲି ଫାଟୁସିନେରିରେ ଅଙ୍ଗନୱାଡି କେନ୍ଦ୍ର ଓ  ନୂତନ ସ୍କୁଲ କରିବାକୁ ଜାଗା ଚିହ୍ନଟ କରିଛନ୍ତି ଆନ୍ଧ୍ରର ଆଇଟିଡିଏ ଅଧିକାରୀ ଆର କୁରମାନାଥ  । ଗାଁ ଗାଁରେ ଗ୍ରାମସଭା କରୁଛନ୍ତି ।  ଏସବୁ କିଛି ଆନ୍ଧ୍ରର ଧୋକା ନୁହେଁ ତ ଆଉ କଣ ।

କୋଟିଆକୁ ନେଇ ଓଡିଶା- ଆନ୍ଧ୍ର ଭିତରେ ସୀମା ବିବାଦ ବହୁ ପୁରୁଣା । ଏବେ କୋଟିଆରେ ବିଭିନ୍ନ ଯୋଜନା କରୁଛନ୍ତି ଓଡିଶା ସରକାର । ସରକାରୀ ଯୋଜନାରେ ଲୋକେ ଆନ୍ଧ୍ର ଠାରୁ ମୁହଁ ବୁଲାଉଥିବା ବେଳେ ସେଥିରେ ବାଟ ଓଗାଳିବାକୁ ଚେଷ୍ଟା କରୁଛି ଆନ୍ଧ୍ର । ଓଡିଶା ସୀମାରେ ପଶି ଆନ୍ଧ୍ରର ଏଜେଣ୍ଟ ଓ ଦଲାଲ ଓଡିଶା ସୀମାନ୍ତ ଲୋକଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଛନ୍ତି । ଓଡିଶା ଭିତରେ ପସି ଜମିପଟ୍ଟା, ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟି ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି । ଏପେଟ କୋଟିଆ ସୀମା ବିବାଦ  ସମାଧାନ ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରି ଦୁଇ ରାଜ୍ୟ ମିଳିତ ଭାବେ କାମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସମସ୍ୟା ସମାଧାନ ଲାଗି ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । କିନ୍ତୁ କମିଟି ଗଠନ ହେବା ଆଗରୁ   ଆନ୍ଧ୍ର ପ୍ରଶାସନ କୋଟିଆରେ ପଶି ମନମାନି ଚଳାଇବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସୀମାନ୍ତ ଗାଁର ଲୋକେ।

ସୀମା ବିବାଦକୁ ନେଇ ଦୁଇ ରାଜ୍ୟ ଭିତରେ ଛକାପଞ୍ଜା ଚାଲି ଆସୁଥିବାବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କୁ ନେଇ ବେଶ ଆଶାବାଦୀ ଥିଲା ଓଡିଶା । ହେଲେ ଆନ୍ଧ୍ରର ଦୋ ମୁହାଁ ନୀତି ପଦାରେ ପଡିବା ପରେ ଆଲୋଚନାରେ ବିବାଦ କେତେ ସମାଧାନ ହେବ ତାକୁ ନେଇ ପ୍ରଶ୍ନ ଉଠୁଛି ।

   Related Posts