ବିଦ୍ରୋହର ରୂପ ନେଉଛି ଆନ୍ଧ୍ର- ଓଡିଶା ସୀମା ବିବାଦ, ପ୍ରଶାସନର ନିରବତା ପରେ ଅଣ୍ଟା ଭିଡିଲେ ୭ ଗାଁ

Published By : Prameya-News7 Bureau | September 15, 2021 IST

ଗଜପତି ୧୫।୦୯: ଗଜପତି ଜିଲ୍ଲା ସୀମାନ୍ତରେ ଆନ୍ଧ୍ର- ଓଡିଶା ସୀମାକୁ ନେଇ ଲାଗି ରହିଥିବା ବିବାଦ ଏବେ ବିଦ୍ରୋହର ରୂପ ନେଲାଣି । ଗଜପତି ଜିଲ୍ଲା ପ୍ରଶାସନର ସ୍ଥାଣୁତାକୁ ବିରୋଧ କରି  ଆନ୍ଦୋଳନ ପାଇଁ ଏକତ୍ରିତ ହୋଇଛନ୍ତି ୭ଟି ଗାଁର ଜନପ୍ରତିନିଧି ଓ ସ୍ଥାନୀୟ ଆଦିବାସୀ । ପ୍ରଶାସନର ନିରବତାକୁ ନେଇ ସୀମାନ୍ତବାସୀ ମାନେ ମେଳି ବାନ୍ଧିଲେଣି । ସେମାନଙ୍କର ମୁଖ୍ୟ ଦାବି ଅଞ୍ଚଳର ବିକାଶ ଓ ଆନ୍ଧ୍ର ପୋଲିସ ଦ୍ବାରା ଜନପ୍ରତିନିଧିଙ୍କ ବିରୋଧରେ ରୁଜୁ ମିଥ୍ୟା ମାମଲା ପ୍ରତ୍ୟାହାର ହେଉ । ଏତେ ସବୁ ପରେବି ଗଜପତି ଜିଲ୍ଲା ପ୍ରଶାସନ ଏକ ପ୍ରକାର ଚୁପ ବସିଛି

ଓଡିଶା ସୀମାନ୍ତ ଗାଁ ଗୁଡ଼ିକୁ କବଜା କରିବାକୁ ଆନ୍ଧ୍ରର ପ୍ରୟାସ ଜାରି । ଗଜପତି ଜିଲ୍ଲା ପ୍ରଶାସନ ଏନେଇ ଆକ୍ସନ ଦେଖାଉନଥିବାରୁ ରିଆକ୍ସନ ଦେଖାଇଛନ୍ତି ସୀମାନ୍ତ ଅଞ୍ଚଳର ଗ୍ରାମବାସୀ । ଜିଲ୍ଲା ପ୍ରଶାସନର ନିରବତାକୁ ପ୍ରତିବାଦ କରି ଗଙ୍ଗବାଡ ପଞ୍ଚାୟତର ଆଦିବାସୀ ମାନେ ଏକାଠି ହୋଇଛନ୍ତି । ସେମାନେ ଜିଲ୍ଲାପ୍ରଶାସନ ବିରୋଧରେ ବିଦ୍ରୋହ କରିବାକୁ ଏକଜୁଟ ହୋଇଛନ୍ତି । ଗତ ୯ ତାରିଖରେ ଆନ୍ଧ୍ର ମନ୍ତ୍ରୀଙ୍କ ଅଶାଳୀନ ବ୍ୟବହାର ଏବଂ ଜନପ୍ରତିନିଧିଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ପରେ ଗଜପତି ପ୍ରଶାସନ ଏକ ପ୍ରକାର ଚୁପ ବସିଯାଇଛି । ମାଣିକପାଟଣା ଗାଁର ଆନ୍ଧ୍ର ଅଙ୍ଗନବାଡି କେନ୍ଦ୍ର ଉଛେଦକୁ ନେଇ ଉଠିଥିବା ବିବାଦ ରେ କୌଣସି ଆଖିଦୃଷ୍ଟି ଆ ପଦକ୍ଷେପ ମଧ୍ୟ ଗ୍ରହଣ କରୁନି ଜିଲ୍ଲା ପ୍ରଶାସନ । ତେଣୁ ଆଜି ଗଙ୍ଗାବାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୀମାନ୍ତ ସାତଟି ଗ୍ରାମର  ଜନ ପ୍ରତିନିଧି ମାନେ ଏକତ୍ରିତ ହୋଇଥିଲେ । ଆନ୍ଧ୍ର ସରକାରଙ୍କ ଦମନ ଲୀଳା ଏବଂ ଗଜପତି ପ୍ରଶାସନର ନିରବଦ୍ରଷ୍ଟାକୁ ବିରୋଧ କରିଛନ୍ତି ।  ଆସନ୍ତା  ୨୦ ତାରିଖରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି।

ସେପଟେ ଆନ୍ଧ୍ର ପୋଲିସର ଓଡିଶା ସୀମାନ୍ତ ଗାଁ ଗୁଡିକରେ ପଇନ୍ତରା ଏବେବି ଜାରି ରହିଛି । ଆନ୍ଧ୍ରର କିଛି ଅଧିକାରୀ ନିଜକୁ କେନ୍ଦ୍ରୀୟ ସର୍ଭେ ଅଧିକାରୀ ବୋଲି କହି ସୀମାନ୍ତ ଗାଁ ଗୁଡିକରେ ଲୋକଙ୍କୁ ପଚାରା ଉଚାରା ଜାରି ରଖିଛନ୍ତି । ଆନ୍ଧ୍ର ପୋଲିସର ଭୟରେ ଲୋକେ ମଧ୍ୟ ମୁହଁ ଖୋଲୁ ନାହାନ୍ତି । ଗତ ୯ ତାରିଖ ଠାରୁ ଗଜପତି ଜିଲ୍ଲାର କୌଣସି ବି ଜଣେ ହେଲେ ପ୍ରଶାସନିକ ଅଧିକାରୀ ମାଣିକପାଟଣା ଗ୍ରାମରେ ପାଦ ଦେଇ ନାହାନ୍ତି । ତେଣୁ ଏସବୁର  ସୁଯୋଗରୁ ଫାଇଦା ଉଠାଇବାକୁ ଆନ୍ଧ୍ର ରିତିପମତ ଉଦ୍ୟମ କରୁଛି । ଏତେସବୁ ପରେବି ଗଜପତି ଜିଲ୍ଲା ପ୍ରଶାସନ ନିକଟରେ କୈାଣସି ସୁଚନା ନଥିବା ବେଳେ ଅଧିକାରୀ ମାନେମଧ୍ୟ ଏନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲୁ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.