ବାହାଘରରେ ନାଚିବା ପାଇଁ କେଉଁ ଷ୍ଟାର ନିଅନ୍ତି କେତେ ଫିସ୍, ଜାଣନ୍ତୁ

Published By : Prameya-News7 Bureau | October 21, 2019 IST

ମୁମ୍ବାଇ୨୧|୧୦: ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ। ତେବେ ଏହି ବନ୍ଧନକୁ ଚିର ଦିନ ସ୍ମୃତି ଭାବେ ସାଇତି ରଖିବା ପାଇଁ ଲୋକେ ନିଜ ସକ୍ଷମ ଅନୁସାରେ ଯେତିକି ମଜେଦାର କରିପାରିବା କଥା ସେତିକି କରନ୍ତି। କିଛି ଜଣ ଗ୍ରାଣ୍ଡ ୱେଡିଂ କରନ୍ତି ତ କିଛି ସାଧାରଣ ଭାବେ ମନ୍ଦିରରେ ବିବାହ କରିବା ପସନ୍ଦ କରନ୍ତି।

ଏମାନଙ୍କ ବ୍ୟତୀତ କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ବିବାହରେ ଜୀବନରେ ଆୟ କରିଥିବା ସବୁ ଅର୍ଥକୁ ଖର୍ଚ୍ଚ କରନ୍ତି। କାରଣ ସେମାନଙ୍କ ପାଇଁ ବିବାହ ଜୀବନର ଏକ ବଡ ଦିନ।

ତେବେ ବିବାହ କାର୍ଯ୍ୟକ୍ରମକୁ ଆକର୍ଷକ ଓ ମଜେଦାର କରିବା ପାଇଁ ବଡ ବଡ କଳାକାରଙ୍କୁ ନିମନ୍ତ୍ରଣ କରନ୍ତି। ନିମନ୍ତ୍ରଣ ମଧ୍ୟ କାହିଁକି ବା କରିବେ ନାହିଁ! ଯଦି ବଲିଉଡ କଳାକାର ଟଙ୍କା ନେଇ ବିବାହକୁ ଆସିବା ପାଇଁ ପ୍ରସ୍ତୁତ ତାହେଲେ ସମସ୍ତେ ଷ୍ଟାରଙ୍କୁ ନିଜ ବଡ ଦିନରେ ସାମିଲ ହେବା ପାଇଁ ଡାକିପାରିବେ। ହେଲେ ଏହି ବଲିଉଡ କଳାକାରମାନେ କେତେ ଫିସ୍‌ ନେଇ ଆସନ୍ତି ତାହା କେହି ଜାଣିନଥିବେ।

{"id":172643}

ଦୀପିକା ପାଦୁକୋନ୍‌: ଏମିତିରେ ଦେଖିବାକୁ ଗଲେ ଦୀପିକା ଫିଲ୍ମରେ ଅଭିନୟ କରିବା ପାଇଁ କୋଟି କୋଟି ଟଙ୍କା ନିଅନ୍ତି। ତେବେ ବିବାହରେ ଆସିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନିଅନ୍ତି।ବିବାହରେ ନିଜ ଡାନ୍ସ ପ୍ରଦର୍ଶନ ପାଇଁ ଦୀପିକା ଗୋଟେ କୋଟି ଟଙ୍କା ନିଅନ୍ତି।    

{"id":172644}

ପ୍ରିୟଙ୍କା ଚୋପଡା: ବଲିଉଡ ଦେଶୀ ଗର୍ଲ ବିବାହରେ ଡାନ୍ସ କରିବା ପାଇଁ ପାଖାପାଖି ୨ରୁ ୨.୫ କୋଟି ଟଙ୍କା ନିଅନ୍ତି।  

{"id":172645}

ଅନୁଷ୍କା ଶର୍ମା: ଅନୁଷ୍କାଙ୍କ ମଜାଳିଆ ଗୁଣ ପାଇଁ ତାଙ୍କର ବହୁତ ଅଧିକ ଡିମାଣ୍ଡ ଥାଏ। କୌଣସି ବିବାହ ପାର୍ଟିକୁ ଗଲେ ଅନୁଷ୍କା ନିଜ ଡାନ୍ସ ପାଇଁ ୭୦-୮୦ ଲକ୍ଷ ଟଙ୍କା ନିଅନ୍ତି।  

{"id":172646}

ଶାହରୁଖ ଖାନ- ବଲିଉଡ କିଙ୍ଗ ଶାହରୁଖ ଖାନ କିଙ୍ଗ ସାଇଜର ଫିସ୍‌ ନିଅନ୍ତି। ବିବାହରେ ଡାନ୍ସ କରିବା ପାଇଁ ଶାହରୁଖ ୩-୪ କୋଟି ଟଙ୍କା ନିଅନ୍ତି। ଏହା ବ୍ୟତୀତ ଶାହରୁଖଙ୍କର ଅନେକ ନିୟମ ରହିଛି। ସେ ବର୍ଷରେ ୧୦ଟି ବିବାହ ବା ପାର୍ଟିମାନଙ୍କରେ ଡାନ୍ସ କରନ୍ତି। 

{"id":172647}

କ୍ୟାଟ୍ରିନା କୈଫ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା ବଡ ବଡ ବିବାହ ଓ ଇଣ୍ଟରନ୍ୟାଶନାଲ ଇଭେଣ୍ଟରେ ନୃତ୍ୟ ପ୍ରର୍ଦଶନ କରନ୍ତି। ଏଥିପାଇଁ ସେ ପାଖାପାଖି ୨.୫ କୋଟି ଟଙ୍କା ନିଅନ୍ତି। ଗେଷ୍ଟ ଏପିୟରେନ୍ସ ଥିଲେ ସେ ୨ କୋଟି ଟଙ୍କା ନିଅନ୍ତି।

{"id":172648}

ଅକ୍ଷୟ କୁମାର: ବଲିଉଡ ଖିଲାଡି ଅକ୍ଷୟ କୁମାର ଲେଟ ନାଇଟ ପାର୍ଟିରେ ଯିବା ପାଇଁ ମନା କରନ୍ତି। ଏଥିପାଇଁ କିଛି ସ୍ପେସିଆଲ କାର୍ଯ୍ୟକ୍ରମ ଥିଲେ ସେ ୨.୫ କୋଟି ନିଅନ୍ତି।

{"id":172649}

ସନ୍ନୀ ଲିୟନି: ବଲିଉଡର ସୁନ୍ଦରୀ ଓ ବୋଲ୍ଡ ଅଭିନେତ୍ରୀ ସନ୍ନୀ ବିବାହରେ ଡାନ୍ସ କରିବା ପାଇଁ ୬୦-୮୦ ଲକ୍ଷ ଟଙ୍କା ନିଅନ୍ତି। 

{"id":172650}

ମଲାଇକା ଅରୋଡା: ବଲିଉଡର ହଟ ଅଭିନେତ୍ରୀ ମଲାଇକା ଅରୋଡା ବିବାହରେ ନିଜ ଡାନ୍ସ ପ୍ରଦର୍ଶନ ପାଇଁ ପାଖାପାଖି ୧-୧.କୋଟି ଟଙ୍କା ନିଅନ୍ତି।

{"id":172651}

ସୋନାକ୍ଷୀ ସିହ୍ନା: ବିବାହରେ ନିଜ ପର୍ଫମାନ୍ସ ପାଇଁ ସୋନାକ୍ଷୀ ୧.୪ରୁ ୧.୮ କୋଟି ଟଙ୍କା ଚାର୍ଜ କରନ୍ତି।

{"id":172652}

ରଣବୀର ସିଂହ:ରଣବୀରଙ୍କ ଅନ୍ଦାଜକୁ ଅନେକ ଦର୍ଶକ ପସନ୍ଦ କରନ୍ତି। ତାଙ୍କ ମସ୍ତି ମଜାକ ସମସ୍ତଙ୍କୁ ହଁସିବା ପାଇଁ ବାଧ୍ୟ କରିଥାଏ। ଗୋଟେ ବିବାହରେ ଯିବା ପାଇଁ ସେ ୧.୫ରୁ ୨ କୋଟି ଟଙ୍କା ନିଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.