ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ବାଇକ୍‌ରେ ବୁହା ହେଲେ ଗର୍ଭବତୀ

Published By : Prameya-News7 Bureau | October 17, 2021 IST

ଜଳେଶ୍ୱର, ୧୭/୧୦: ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ପ୍ରାୟ ଏକ କିଲୋମିଟର ରାସ୍ତା ପର୍ଯ୍ୟନ୍ତ ଗର୍ଭବତୀ ମହିଳା ବୁହା ହେଲେ ବାଇକରେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବର୍ତ୍ତନା ପଂଚାୟତର ବର୍ତ୍ତନା ଗ୍ରାମରେ । ଗ୍ରାମରେ ରାସ୍ତା ମରାମତୀ ନ ହେବାରୁ ରାସ୍ତା ଅବସ୍ଥା ସଚନୀୟ ହୋଇପଡିଛି ।

ଉକ୍ତ ଗ୍ରାମର ଶିବ ଚନ୍ଦ୍ର ଦାସଙ୍କ ସ୍ତ୍ରୀ ଗାୟତ୍ରୀ ଦାସଙ୍କର ଆଜି ସକାଳ ସମୟରେ ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସଙ୍କୁ ଖବର ଦିଆଯାଇଥିଲା । ରାସ୍ତା ଖରାପ ଥିବାରୁ    ଘର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସି ନ ପାରି ଏକ କିଲୋମିଟର ଦୂର ପଞ୍ଚାୟତ ଅଫିସ ପାଖରେ ଅଟକି ରହିଥିଲା । ଶେଷରେ ପରିବାର ପକ୍ଷରୁ ବାଇକ ଯୋଗେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିବାକୁ ପଡ଼ିଥିଲା । ପରେ ତାଙ୍କୁ ଅମ୍ୱୁଲାନ୍ସ ଯୋଗେ ପଶ୍ଚିମବାଡ ହସ୍ପିଟାଲକୁ ନିଆ ଯାଇଥିଲା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.