Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ନିଳାଦ୍ରୀ ବିଚ୍‌ରେ ଦୁଇଦିନ ଧରି ଅନୁଷ୍ଠିତ ହେବ ଅଲ ଓଡିଶା ବିଚ କୁସ୍ତି ଚାମ୍ପିଅନସିପ୍

24/10/2021 at 8:14 PM

ପୁରୀ ୨୪।୧୦: ଆସନ୍ତାକାଲି ଅର୍ଥାତ୍ ୨୫ ଓ ୨୬ ତାରିଖ ଦୁଇଦିନ ଧରି ପୁରୀ ନିଳାଦ୍ରୀ ବିଚରେ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି ଚମ୍ପିୟନସିପ୍ ଅନୁଷ୍ଠିତ ହେବ।

ଆସନ୍ତାକାଲି ଅପରାହ୍ନ ୪ଟା ଓ ୨୬ ତାରିଖ ସକାଳ ୭ ଘଟିକାରେ ଏହି ପ୍ରତିଯୋଗିତା ହେବ। ୧୨ ରୁ ୧୫, ୧୬ ରୁ ୧୮ ଏବଂ ୧୯ ବର୍ଷ ବୟସରୁ ଉର୍ଦ୍ଧ୍ବ ଉଭୟ ବାଳକ ଓ ବାଳିକା, ପୁରୁଷ ଓ ମହିଳା ବିଭାଗରେ ପ୍ରତିଯୋଗିତା ହେବ। ପ୍ରତ୍ୟେକ ବିଭାଗର ବିଜେତାଙ୍କୁ ୫ ହଜାର ଓ ରନର୍ସଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି ସହ ସ୍ପୋର୍ଟ୍ସ କିଟ ପ୍ରଦାନ କରାଯିବ। ସାରା ରାଜ୍ୟର ପ୍ରାୟ ୨୦୦ ପ୍ରତିଯୋଗୀ ଏଥିରେ ଭାଗ ନେବେ। ମ୍ୟାଚ ପରିଚାଳନା ପାଇଁ ୩୦ ଜଣ ଅଫିସିଆଲ ଓ ୨୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ପୁରୀ ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି।

   Related Posts