ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ
17/04/2020 at 5:18 PM

ବଡ଼ବିଲ୧୭/୪: ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ। ଚମ୍ପୁଆ ବିଧାନସଭା ଆସନରୁ ୫ଥର ବିଧାୟକ ହେବା ସହ ବିଜୁ ପଟ୍ଟନାୟକଙ୍କ ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ଥିଲେ । ସେ ଗ୍ରାମ ଉନ୍ନୟନ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ବହୁଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ । ୯୦ ବର୍ଷ ବୟସରେ ଆଜି ଭଦ୍ରାସାହୀ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସହରାଇ ଜଣେ ସଚ୍ଚୋଟ ମଣିଷ ଥିଲେ। ସେ ଆଦିବାସୀଙ୍କ ଉପରେ କ୍ଷୁଦ୍ର ଗଳ୍ପ ଲେଖିଛନ୍ତି। କ୍ରିଡା ପ୍ରତି ମଧ୍ୟ ତାଙ୍କର ରୁଚି ଥିଲା। ରାଞ୍ଚି ସମେତ ବିଭିନ୍ନ ସ୍ଥାନରେ ସହରାଇ ଫୁଟବଲ ଖେଳ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଏହା ବ୍ୟତୀତ ରାଜନୈତିକ କ୍ଷେତ୍ରରେ ସହରାଇ ଓରାମ ଜଣେ ସଫଳ ରାଜନେତା ଭାବେ ପରିଗଣିତ।
Related Posts
ଲୁଟେରାଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021
ବ୍ରହ୍ମପୁର: ପୁଣି ନକଲି ସସ୍ ଜବତ, ଜଣେ ଗିରଫ
24 January 2021