ଚିହ୍ନଟ ହେଲେ ୫ ପଜିଟିଭ୍, ୭ ଦିନ ପାଇଁ ସିଲ୍ ହେଲା ଢେଙ୍କାନାଳ ସିଭିଲ କୋର୍ଟ

Published By : Prameya-News7 Bureau | May 16, 2021 IST

ଢେଙ୍କାନାଳ ୧୬।୦୫: ଢେଙ୍କାନାଳରେ ଲକଡାଉନ ଓ ସପ୍ତାହନ୍ତ ସର୍ଟ ଡାଉନ ଜାରି ରହିଥିଲେ ମଧ୍ୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ଢେଙ୍କାନାଳ ସିଭିଲ କୋର୍ଟ ପରିସରରୁ ୫ ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି ।  ସିଭିଲ କୋର୍ଟ ପରିସରକୁ ଆଜି ଠାରୁ ୭ଦିନ ପାଇଁ ସିଲ୍ କରାଯାଇଛି। ଏ ନେଇ ଜିଲ୍ଲାପାଳ ଭୂପେଶ ଚନ୍ଦ୍ର ବେହେରା ରବିବାର ଘୋଷଣା କରିଛନ୍ତି। ସାନିଟାଇଜ କରିବା ସହ ଆଜିଠାରୁ ଆସନ୍ତା ୨୩ ତାରିଖ ଯାଏଁ ଢେଙ୍କାନାଳ ସିଭିଲ କୋର୍ଟକୁ ସିଲ୍ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.