୩୨୨ ଚାଷୀଙ୍କଠୁ ଧାନ ସଂଗ୍ରହ କରିବ ଆଦିଶକ୍ତି ସ୍ବୟଂସହାୟକ ଗୋଷ୍ଠୀ
30/12/2020 at 10:44 PM

ଭଦ୍ରକ୩୦/୧୨: ମିଶନ ଶକ୍ତି ଅଧିନରେ ଥିବା ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ମିଳିଛି ଧାନ ସଂଗ୍ରହ କରିବା ଦାୟିତ୍ୱ। ମହିଳା ଗୋଷ୍ଠୀର ସଦସ୍ୟାମାନେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରୁଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ରାଜେନ୍ଦ୍ରପୁର ପଞ୍ଚାୟତରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଦାୟିତ୍ୱ ନେଇଛି ଆଦିଶକ୍ତି ମହିଳା ସ୍ବୟଂସହାୟକ ଗୋଷ୍ଠୀ।
ଏହି ଗୋଷ୍ଠୀରେ ୧୦ ଜଣ ସଦସ୍ୟା ରହିଛନ୍ତି। ପଞ୍ଚାୟତର ୩୨୨ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ଶହ କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬ଟି ଟୋକନରୁ ଧାନ ସଂଗ୍ରହ କରାଯାଇଛି। ତେବେ ପାଞ୍ଚଟି ଗ୍ରାମର ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଗାଁର ଚାଷୀଙ୍କ ତାଲିକା ମିଳିନଥିବାରୁ ଅଧିକ ଚାଷୀ ମଧ୍ୟ ଟୋକାନ କରି ଧାନ ଦେବେ। ତେବେ ଗୋଷ୍ଠୀର ସଦସ୍ୟାମାନେ ନିୟମ ଅବଲମ୍ବନ କରି ଧାନ ସଂଗ୍ରହ କରୁଛନ୍ତି।