ଥାନା ହାଜତରୁ ଦୁଷ୍କର୍ମକାରୀ ଅଭିଯୁକ୍ତ ମାରିଲା ଚମ୍ପଟ: ପୀଡିତାଙ୍କ ପରିବାର ଲୋକେ କହିଲେ, 'ପୋଲିସ୍ ଜାଣିଶୁଣି ଛାଡ଼ି ଦେଇଛି'

Published By : Prameya-News7 Bureau | October 03, 2020 IST

 ଚାନ୍ଦବାଲି୩/୧୦: ଥାନା ହାଜତରୁ ଫେରାର ହୋଇଗଲା ନାବାଳିକା ଅପହରଣକାରୀ ଅଭିଯୁକ୍ତ।ଏହି ଘଟଣା ପରେ ଚାନ୍ଦବାଲି ପୋଲିସ୍‌ର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ । ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ପଳାଶପୁର ଗାଁର  ରତ୍ନାକର ମିଶ୍ରଙ୍କ  ନାବାଳିକା ଝିଅକୁ ଅପହରଣ ଏବହ ଦୁଷ୍କର୍ମ ଘଟଣାରେ  ବିଜୟନଗର ପଞ୍ଚାୟତର ଗୋବିନ୍ଦପୁର ଗାଁର ଅଜୟ ନାୟକଙ୍କୁ ଚାନ୍ଦବାଲି ପୋଲିସ ପୁରୀ ନିମାପଡ଼ାରୁ ଗାଁରୁ ଗିରଫ କରି ଥାନାକୁ ଆଣିଥିଲା।

 ହେଲେ ଅଭିଯୁକ୍ତ ଅଜୟ ନାୟକ ଥାନା ହାଜତରୁ ଚମ୍ପଟ ମାରିଛି , ପାଲିସ ରାତି ୩ ଟାରୁ ବିଭିନ୍ନ ସ୍ଥାନରେ ଛାପା ମାରିଥିଲେ ମଧ୍ୟ ଅଭିଯୁକ୍ତର କୈାଣସି ସନ୍ଧାନ ପାଇପାରି ନାହିଁ। ଏପଟେ ନାବାଳିକାର ଡ଼ାକ୍ତରୀ ମାଇନା ହୋଇସାରିଛି। ନାବାଳିକାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ପୋଲିସ ଜାଣିଶୁଣି ଅଭିଯୁକ୍ତକୁ ଖସାଇ ଦେଇଛି , ଅଭିଯୁକ୍ତ ଏତେ କଡ଼ା ସୁରକ୍ଷା ମଧ୍ୟରେ ଥାନା ହାଜତ ମଧ୍ୟରୁ ଖସି ଯାଇନାହିଁ, ପୋଲିସ ଜାଣିଶୁଣି ଅଭିଯୁକ୍ତକୁ ଖସାଇ ଦେଇଛି । ଯଦି ପୋଲିସ ଅଭିଯୁକ୍ତକୁ ଗିରଫ ନ କରେ ତେବେ ନାବାଳିକା ପରିବାର ପକ୍ଷରୁ ଥାନା ଆଗରେ ଆତ୍ମାହୁତି ଦେବା ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.