Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

ଅଭିଯୁକ୍ତ ଏବଂ ଭଦ୍ରକ ପୋଲିସର ସଲାସୁତୁରା, ଆଇନକୁ ହାତକୁ ନେବାକୁ ବାଧ୍ୟ ହେଉଛନ୍ତି ଅଭିଯୋଗକାରୀ

23/01/2021 at 5:26 PM

ଭଦ୍ରକ ୨୩।୦୧: ପୋଲିସ ଉପରେ ତୁଟୁଛି ଆସ୍ଥା । ଅଭିଯୋଗ ପରେ ଅଭିଯୁକ୍ତଙ୍କ ପ୍ରତି ପୋଲିସର କୋହଳ ମନୋଭାବ ପାଇଁ ପ୍ରତିଶୋଧ ପରାୟଣ ହେଉଛନ୍ତି ଅଭିଯୋଗକାରୀ । ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଓ ଉପରିସ୍ଥ ଅଧିକାରୀଙ୍କୁ ଗୁହାରି ପରେ କେଉଁଠି ନିଜେ ଆଇନକୁ ହାତକୁ ନେଉଛନ୍ତି ତ ପୁଣି ତାଙ୍କ ପ୍ରତି ହୋଇଥିବା ଘଟଣାର ପ୍ରତିଶୋଧ ପାଇଁ ନିଜେ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି । ଭଦ୍ରକ ଜିଲ୍ଲାରେ ଗୋଟିଏ ନୁହେଁ ଏମିତି ବହୁତ ଥାନା ଅଛି ଯେଉଁଠାରେ ଅଭିଯୋଗକାରୀ ମାନେ ଆଇନକୁ ହାତକୁ ନେବାକୁ ପଛାଉ ନାହାନ୍ତି। କିନ୍ତୁ ଏନେଇ ଏସପିଙ୍କ ପ୍ରତିକ୍ରିୟା ଚାହିଁବାରୁ ଦୀର୍ଘ ସମୟର ଅପେକ୍ଷା ପରେ ମଧ୍ୟ ଗଣମାଧ୍ୟମକୁ ଭେଟୁ ନାହାନ୍ତି।  

ଭଦ୍ରକ ଜିଲ୍ଲାର ବହୁ ଥାନା ଉପରେ ଏମିତି ଅଭିଯୋଗ ହେଉଛି । ଅଧିକାଂଶ ଥାନାରେ ଏତଲା ରଖାଯାଉଛି। ଏପରିକି ଏତଲା କପି ମଧ୍ୟ ମିଳୁଛି କିନ୍ତୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସଲାସୁତୁରା କରୁଛି । ଅଭିଯୋଗକାରୀ ଥାନାକୁ ନ୍ୟାୟ ପାଇଁ ଦୌଡି ଦୌଡି ନୟାନ୍ତ  ହେବା ପରେ ଶେଷରେ ନିଜେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଣ୍ଟାଭିଡୁଛନ୍ତି। ଭଣ୍ଡାରୀପୋଖରୀ ଥାନାରେ ଦୁଇଟି ଏମିତି ଘଟଣା ଘଟିଛି ଯେଉଁଠି ଅଭିଯୋଗକାରୀ ଏବେ ନିଜେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଗଭର ହେଲେଣି।

ଡିସେମ୍ବର ୩୦ରେ ରଣଜିତ ପଞ୍ଚାୟତର ସରପଞ୍ଚଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ ଓ ଘର ଭଙ୍ଗାରୁଜା ଘଟଣାରେ ଥାନାରେ ଲିଖିତ ଏତଲା ହୋଇଛି। ଅଭିଯୁକ୍ତ ଖୋଲା ଆକାଶ ତଳେ ନିର୍ଭରେ ବୁଲୁଥିବା ବେଳେ  ପୋଲିସ ଏବେ ବି ଚୁପ ହୋଇ ବସିଛି । ସେହି ଭଳି ୨୦୨୦ ମସିହା ଡିସେମ୍ବର ମାସରେ ମାଳଦା ବଜାରରୁ ସୁନା ଦୋକାନରୁ ଲୁଟ ଘଟଣାରେ ଅଭିଯୁକ୍ତ ଚିହ୍ନଟ ହୋଇଛି, ଗାଡି ଜବତ କରି କାମ ସାରିଛି ପୋଲିସ । ଅଭିଯୋଗକାରୀ ନିଜେ ଅଭିଯୁକ୍ତଙ୍କୁ ଦେଖି ପୋଲିସକୁ ଜଣାଇଲେ ବି ପୋଲିସ କୁଆଡେ ଚୋରକୁ ଧରୁନଥିବା ଅଭିଯୋଗ ହୋଇଛି। ଏହି ଦୁଇ ଘଟଣାରେ ଏବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ନିଜେ ନିଜେ ଅଣ୍ଟା ଭିଡିଲେଣି ଅଭୋଯୋଗକାରୀ।

ଫୌଜଦାରୀ କାର୍ଯ୍ୟବିଧି  ଆଇନର ଧାରା ୪୩ ଅନୁଯାୟୀ ଜଣେ ସାଧାରଣ ଲୋକ ଅପରାଧୀକୁ ଧରି ପୋଲିସକୁ ହସ୍ତାନ୍ତର କରିପାରିବ। କିନ୍ତୁ ଯେତେବେଳେ ପୋଲିସ ସବୁ ଜାଣି ଅଭିଯୁକ୍ତକୁ ଗିରଫ କରୁନାହିଁ ସେତେବେଳେ ପୋଲିସର ଅସହାୟତାକୁ ଭୟ କରି ଅପରାଧୀଙ୍କୁ ଧରୁ ନାହାନ୍ତି ଲୋକେ । ଏହି ଅବସ୍ଥା କେବଳ ଗୋଟିଏ ଥାନାର ନୁହେଁ , ଭଦ୍ରକ ଜିଲ୍ଲାର ବହୁଥାନାରେ ଏବେ ଏପରି ଅବସ୍ଥା । ଜିଲ୍ଲାର ପ୍ରାୟ ଅଧିକାଂଶ ଥାନାର ପୋଲିସ ଅପରାଧଙ୍କୁ ଧରୁନଥିବା ଅଭିଯୋଗ ନେଇ ଏସପିଙ୍କୁ ଭେଟିବା ପାଇଁ ଆସୁଛନ୍ତି ଅଭିଯୋଗକାରୀ।

ଏମିତି ଘଟଣାରେ ଭଦ୍ରକ ଏସପି ଚରଣ ସିଂ ମିନା ପ୍ରତିକ୍ରିୟା ରଖିବାକୁ ଉଚିତ୍ ମଣି ନାହାନ୍ତି। ସେ ଘଣ୍ଟାଏ କାଳ ଅପେକ୍ଷା କରିଥିବା ଗଣମାଧ୍ୟମକୁ ବି ଭେଟିଲେ ନାହିଁ । ଏଥିରୁ ସ୍ପଷ୍ଠ ହେଉଛି ଯେ ଯଦି ଗଣମାଧ୍ୟମ କ ଜିଲ୍ଲା ପୋଲିସ ମୁଖିଆ ଭେଟିବା ପାଇଁ ଉଚିତ୍ ମନେ କରୁନାହାନ୍ତି ତେବେ ଆଗକୁ ଥାନା ଗୁଡିକ ଉପରେ ଟିକେ ନଜର ଦିଅନ୍ତୁ । ନହେଲେ ପୋଲିସ ଠାରୁ ନ୍ୟାୟ ନପାଇ ଅଭିଯୋଗକାରୀ ଯଦି ଆଇନକୁ ହାତକୁ ନିଏ ତେବେ ଅଭିଯୋଗକାରୀ ମଧ୍ୟ ପୁଣି ଅଭିଯୁକ୍ତ ହୋଇଯାଇପାରେ ।

   Related Posts