ପାକିସ୍ତାନରେ ରିଲିଜ ହେବା "ଦ ଆକ୍ସିଡେଣ୍ଟାଲ ପ୍ରାଇମି ମିନିଷ୍ଟର", ଜାଣନ୍ତୁ କେବେ

Published By : Prameya-News7 Bureau | January 15, 2019 IST

ମୁମ୍ବାଇ ୧୫/୧ : ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ଆଧାରିତ ଫିଲ୍ମ ଦ ଆକ୍ସିଡେଣ୍ଟାଲ ପ୍ରାଇମି ମିନିଷ୍ଟର ରିଲିଜ ହେବ ପାକିସ୍ତାନରେ | ମନମୋହନ ସିଂଙ୍କ ଚରିତ୍ରରେ ଅଭିନୟ କରିଥିବା ଅନୁପମ ଖେରଙ୍କ ଅଭିନୀତ ଏହି ଫିଲ୍ମକୁ ପାକିସ୍ତାନ ସବୁଜ ପତାକା ଦେଖାଇଛି | ଆଜି ଫିଲ୍ମର ଅଳ୍ପ କେତେ ସିନ କାଟି ପାକିସ୍ତାନର କେନ୍ଦ୍ରୀୟ ସେନ୍ସର ବୋର୍ଡ ଫିଲ୍ମ ରିଲିଜ ପାଇଁ ଅନୁମତି ପ୍ରଦାନ କରିଛି | ଆସନ୍ତା ୧୮ ତାରିଖରେ ଫିଲ୍ମ ପାକିସ୍ତାନରେ ମୁକ୍ତିଲାଭ କରିବ | ସିବିଏଫସି ଅଧ୍ୟକ୍ଷ ଡେନିଏଲ ଗିଲାନି ଏନେନି ସୋସିଆଲ ମିଡ଼ିଆରେ ଏହା ପୋଷ୍ଟ କରିଛନ୍ତି |

{"id":74383}

ପାକିସ୍ତାନରେ ଫିଲ୍ମ ରିଲିଜ ନେଇ ଫିଲ୍ମର ଉପସ୍ଥାପକ ଜୟନ୍ତିଲାଲ ଗଡା ବହୁତ ଉତ୍ସାହିତ ଅଛନ୍ତି | ଭାରତର ରାଜନୀତି ଉପରେ ଆଧାରିତ ରାଜନୈତିକ ଫିଲ୍ମକୁ ପାକିସ୍ତାନ ସବୁଜ ପତାକା ଦେଖିଥିବା ନେଇ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି | ସେ ଆହୁରି କହିଛନ୍ତି ଯେ, ସେ ନିଜେ ଇମ୍ରାନ ଖାନଙ୍କ ପ୍ରଶଂସକ | ସେ ଜଣେ ଦକ୍ଷ କ୍ରିକେଟ ଖେଳାଳି ଥିଲେ | ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ସେ ତାଙ୍କର ସମ୍ମାନ କରନ୍ତି ବୋଲି କହିଛନ୍ତି ଜୟନ୍ତୀଲାଲ |

{"id":74384,"width":581,"height":328}

ସୂଚନାଯୋଗ୍ୟ ଯେ, ଫିଲ୍ମର ନିର୍ଦେଶନା ଦେଇଛନ୍ତି ବିଜୟ ରତ୍ନାକର | ମନମୋହନ ସିଂଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅନୁପମ ଖେର | ସଞ୍ଜୟ ବାରୁଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅକ୍ଷୟ ଖାନ୍ନା | ଫିଲ ରିଲିଜ ହେଲା ଦିନ ପାଖାପାଖି ୪ କୋଟି ଆୟ କରିଥିଲା | ଫିଲ୍ମ ରିଲିଜକୁ ନେଇ ଅନେକ ବିବାଦର ସାମ୍ନା କରିବାକୁ ପଡିଥିଲା | 

{"id":74385}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.