ଦ ଆକ୍ସିଡେଣ୍ଟାଲ ସାଂସଦ : ସଂସଦରେ ଅଜବ ଅଜବ ଭାବଭଙ୍ଗୀ କରୁଥିବା କିରଣ ଖେରଙ୍କ ଭିଡିଓ ଭାଇରାଲ

Published By : Prameya-News7 Bureau | January 10, 2019 IST

ଚଣ୍ଡୀଗଡ଼ ୧୦/୧ : ସଂସଦରେ ଗମ୍ଭୀର ଆଲୋଚନା ବେଳେ ଲୋକେ ଅଜବ ଅଜବ କାମ କରୁଥିବା ଘଟଣା ଅଧିକାଂଶ ସମୟରେ କ୍ୟାମେରାରେ କଏଦ ହୋଇଥାଏ | ସଂସଦରେ କାର୍ଯ୍ୟ ବେଳେ କେତେବେଳେ ନେତା ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଦେଇଥାଏ ତ କେତେବେଳେ କାଗଜର ଉଡ଼ାଜାହାଜ ତିଆରି କରି ଉଡାଉଥିବା ଦେଖିବାକୁ ମିଳିଥାଏ | ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସଂସଦରେ ଆଖି ମାରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା | ଚଣ୍ଡୀଗଡ଼ ବିଜେପି ସାଂସଦ କିରଣ ଖେରଙ୍କ ସଂସଦର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓରେ କିରଣ ଅଜବ ଅଜବ ଭାବଭଙ୍ଗୀ କରୁଥିବା ନଜରକୁ ଆସିଛି |

wp:html
/wp:html

ମଙ୍ଗଳବାର ଦିନ ଲୋକସଭାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ସାଧାରଣ ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଂଗରେ ସଂସଦରେ ୧୨୪ ତମ ସମ୍ବିଧାନ ସଂଶୋଧନ ଉପରେ ଆଲୋଚନା ହୋଇଥିଲା | ଏତିକବେଳେ ଚଣ୍ଡୀଗଡ଼ର ବିଜେପି ସାଂସଦ କିରଣ ଖେର ମଜାଳିଆ ଭାବଭଙ୍ଗୀ ଦେଉଥିବା ଦେଖିବାକୁ ମିଳିଥିଲା | ଏହି ଭିଡିଓରେ କିରଣ ନିଜେ ପିନ୍ଧିଥିବା ଶାଢ଼ୀକୁ ମୁହଁ ସାମ୍ନାରେ ଧରି ଅଜବ ଅଜବ ଇସାରା କରୁଥିବା ଦେଖିବାକୁ ମିଳିଥିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.