ସରକାରୀ ଗାଡିର ଅପବ୍ୟବହାର ଅଭିଯୋଗ, ଜିଲ୍ଲାପାଳ ତଦନ୍ତ ଦାବି

Published By : Prameya-News7 Bureau | September 12, 2021 IST

ନୀଳଗିରି,୧୨/୦୯: ସରକାର ଅଧିକାରୀମାନଙ୍କୁ ସହଳ କାମ ପାଇଁ  ଗାଡି ଯୋଗାଇ ଦିଆଯାଇଛି। ସାଧାରଣତଃ ଲୋକଙ୍କ କର ଖଜଣାରେ ଆଦାୟ ଅର୍ଥ ରାଜକୋଷରୁ ବ୍ୟୟ କରାଯାଏ। ହେଲେ ସରକାରୀ ବାବୁ ସବୁ ନୀତି ନିୟମକୁ ଫୁ କରି ଗାଡିର  ଅପବ୍ୟବହାର କରୁଥିବା ଅଭିଯୋଗ ଉଠିଛି। ଏଭଳି ଘଟଣା ଆଜି ନୀଳଗିରିରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଓଡି୦୫ବିଏ-୫୧୭୮ ନମ୍ବର ବିଶିଷ୍ଟ ଏକ ସୁଇଫ୍ଟ ଡିଜିଆର ଗାଡି ନୀଳଗିରିର ଏକ ହୋଟେଲ ସାମ୍ନାରେ ଛିଡା ହୋଇଥିଲା। ଏଥିରେ ବସିଥିବା ଜଣେ ଯୁବତୀଙ୍କ ସମେତ ଜଣେ ବ୍ୟକ୍ତି ଓହ୍ଲାଇ ହୋଟେଲକୁ ଖାଇବାକୁ ଯାଇଥିଲେ। ଗାଡି ସାମ୍ନାରେ  ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ବୋଲି ଲେଖାଯାଇଥିବା ବେଳେ ଆଜି ରବିବାର ଛୁଟି ଦିନରେ ଗାଡିଟି ନୀଳଗିରି ଅଞ୍ଚଳକୁ ଆସିବାର କଣ କାରଣ ଥାଇପାରେ ବୋଲି ପ୍ରଶ୍ନ ଉଠିଛି।

{"id":510401,"sizeSlug":"full","linkDestination":"none"}

କିଛି ଅଞ୍ଚଳବାସୀ ଗାଡି ଚାରିପଟେ ଅନାଇ ଅନାଇ ଯାଉଥିବା ବେଳେ ଆଉ କିଛି ବଡ଼ ବଡ଼ିଆଙ୍କ ପାଇଁ ସବୁ ସମ୍ଭବ ଏବଂ ରାଜକୋଷକୁ ଖୋଳ କରିସାରିଲେଣି ବୋଲି କହି ଚାଲି ଯାଇଥିଲେ। ଘଟଣାକୁ ନେଇ ଖୋଳତାଡ଼ କରିବା ବେଳକୁ କାରଟି ସହର ଦେଇ ଉଦଳା ରାସ୍ତା ଆଡକୁ ଚାଲି ଯାଇଥିଲା। ପ୍ରଶ୍ନ ଉଠେ ଛୁଟି ଦିନରେ ଗାଡ଼ିରେ ସରକାରୀ ନମ୍ବର ପ୍ଲେଟ ଲଗାଇ ପରିବାର ଲୋକଙ୍କୁ ବସାଇ କେଉଁ ସରକାରୀ କାମରେ ଚାନ୍ଦବାଲିରୁ ନୀଳଗିରି ଗାଡିଟି ଆସିଥିଲା।

ଘଟଣାକୁ ନେଇ ଚାନ୍ଦବାଲି ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଥମେ ଆମ ଭାଗିରଥୀ ବାବୁଙ୍କ ସହ କଥା ହୋଇଯାଅ ବୋଲି କହିଥିଲେ। ଛୁଟିଦିନରେ ସରକାରୀ ବୋର୍ଡ ଲାଗିଥିବା ଗାଡିଟି ନୀଳଗିରି ଆସିବାର କାରଣର ପ୍ରତିକ୍ରିୟା ରଖନ୍ତୁ ବୋଲି କହିବାରୁ ସେ ଆମ ଏନଏସିର ହେଡକ୍ଲାର୍କ ରେକର୍ଡ ଆଣିବାକୁ ଅଫିସ ଯାଇଥିଲେ। ନୀଳଗିରିର କେଉଁ ଅଫିସ ବୋଲି ଓ ଗାଡ଼ିରେ ପରିବାର ଲୋକେ ବସିବାର କାରଣ ବୋଲି ପଚାରିବାରୁ  କିଏ ବିସିଥିବ ବସିଥିବ ବୋଲି କହିଥିଲେ। ତେବେ ଭଦ୍ରକ ଜିଲ୍ଲାପାଳ ଘଟଣାର ତଦନ୍ତ କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.