ହୋଟେଲ ରୁମ୍‌ରୁ ଉଦ୍ଧାର ହେଲେ ନବମ ଶ୍ରେଣୀର ଛାତ୍ରୀ ଓ ନାବାଳକ, ଦୁଇଜଣଙ୍କ ମଧ୍ୟମରେ ଏମିତି ହୋଇଥିଲା ଚିହ୍ନା ପରିଚୟ..

Published By : Prameya-News7 Bureau | October 18, 2019 IST

ଅଲମୋରା୧୮|୧୦: ଏକ ହୋଟେଲରୁ ଜଣେ ୯ମ ଶ୍ରେଣୀ ପଢୁଥିବା ନାବାଳିକା ଛାତ୍ରୀ ଓ ନାବାଳକଙ୍କୁ ପୋଲିସ ଉଦ୍ଧାର କରିଛି। ନାବାଳିକା ନବମ ଶ୍ରେଣୀ​‌ରେ ପଢ଼ନ୍ତି। ଅନ୍ୟପଟେ୍‌ ଅଲମୋରା ମେଳାରେ ଷ୍ଟଲ ଲଗାଇବାକୁ ନାବାଳକ ଆସିଥିଲା । ତେବେ ନବମ ଶ୍ରେଣୀର ଛାତ୍ରୀଙ୍କ ସହ ଏହି ଦୁଇଜଣଙ୍କୁ ପୋଲିସ ଏକ ହୋଟେଲରୁ ଉଦ୍ଧାର କରିଛି। ସ୍ଥାନୀୟ କୋତଓ୍ବାଲି ପୋଲିସ ଦୁଇଜଣଙ୍କୁ ଉଦ୍ଧାର କରି ପଚରଉଚାର  କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକିଛନ୍ତି।

ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶର ରାମପୁର ଅଞ୍ଚଳର ନାବାଳକ ଅଲମୋରା ମହୋତ୍ସବରେ ଷ୍ଟଲ ଲଗାଇବା ପାଇଁ ଆସିଥିଲେ। ନିଜ ସଂପର୍କୀୟଙ୍କ ସହ ଆସିଥିବା ନାବାଳକ ସେଠାରେ ଥିବା ହୋଟେଲ ରୁମ୍‌ରେ ରହୁଥିଲା। ସଂପର୍କୀୟ ନଥିବା ଅବସ୍ଥାରେ ନାବାଳକ  ନିଜ ରୁମକୁ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଡାକି ଆଣିଥିଲା। ଏମାନଙ୍କ କାର୍ଯ୍ୟକଳାପ ଉପରେ ହୋଟେଲ ମ୍ୟାନେଜର ସନ୍ଦେହ କରିଥିଲେ। ନବମ ଶ୍ରେଣୀ ଛାତ୍ରୀ ହୋଟେଲ ରୁମ୍ ଯିବା ସମୟରେ ହୋଟେଲ ମ୍ୟାନେଜର ଦେଖିଥିଲେ। ହୋଟେଲ ମ୍ୟାନେଜର ତୁରନ୍ତ ପୋଲିସକୁ ଜଣାଇଥିଲେ। ପୋଲିସ ହୋଟେଲ ପହଞ୍ଚି ଉଭୟ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରି ପୋଲିସ ଷ୍ଟେସନ ନେଇଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟଙ୍କ ସଂପର୍କୀୟ ଥାନରେ ପହଞ୍ଚି ଥିଲେ। ନ୍ୟାନିତାଲ ଜିଲ୍ଲାର ନାବାଳିକା ଅଲମୋରାରେ ନିଜ ନାନୀଙ୍କ ଘରେ ରହି ପଢ଼ୁଥିଲେ। ନାବାଳକ ମେଳାରେ ଷ୍ଟଲ ଲଗାଇବା ସମୟରେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ଚିହ୍ନା ପରିଚୟ ହୋଇଥିଲା। ସେହି ଦିନଠାରୁ ନାବାଳିକା ଓ ନାବାଳକଙ୍କ ମଧ୍ୟରେ ସଂପର୍କ ହୋଇଥିଲା । ହୋଟେଲ ରୁମ୍‌ରେ ନାବାଳକଙ୍କ ନିଜ ସଂପର୍କୀୟ ନଥିବା ସମୟରେ ସେ ନାବାଳିକାଙ୍କୁ ଡାକିଥିଲେ।

 ହୋଟେଲ ମ୍ୟାନେଜର ପୋଲିସରେ ଖବର ଦେବା ପରେ ନାବାଳିକା ଓ ନାବାଳକଙ୍କୁ ପୋଲିସ ଉଦ୍ଧାର କରିଥିଲା।  ଏହି ଘଟଣା ସଂପର୍କରେ ଉଭୟଙ୍କ ସଂପର୍କୀୟ ଜାଣିବା ପରେ ଥାନାରେ ପହଞ୍ଚିଥିଲେ। ଶେଷରେ ନାବାଳିକା ଓ ନାବାଳକଙ୍କୁ ବୁଝାସୁଝା କରି ପୋଲିସ ଉଭୟଙ୍କୁ ଛାଡି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.