Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଜିଠାରୁ ବଦଳିବ ଏହି ୭ ରାଶିର ଭାଗ୍ୟ…

4/01/2020 at 9:37 AM

ଚାଲିଛି ନୂଆ ବର୍ଷ ୨୦୨୦। ପୂର୍ବ ଯୋଜନା ଅନୁସାରେ ପ୍ରତ୍ୟେକ ଲୋକ ନିଜ ନିଜର କାମ ଆରମ୍ଭ କରିଦେଲେଣି।  ତେବେ କିଛି ରାଶି ଜାତକଙ୍କ ଲାଗି ଏହି ବର୍ଷଟି ବେଶ ଉଲ୍ଲେଖନୀୟ ହେବ ବୋଲି ଆଶା କରାଯାଉଛି। ସେମାନଙ୍କୁ ସଫଳତା ସାଙ୍ଗକୁ ଢେର ମାନ, ସମ୍ମାନ ଓ ଅର୍ଥଲାଭର ବି ଆଶା ରହୁଛି। ୨୦୨୦ ମସିହା ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ।

ମେଷ ଏହି ରାଶି ଜାତକଙ୍କ ପାଇଁ ବର୍ଷଟି ବେଶ ସକରାତ୍ମକ ରହିଛି। ବର୍ଷ ଆରମ୍ଭରୁ ହିଁ ଏହି ରାଶିର ଲୋକେ ଏହା ଅନୁଭବ କରି ସାରିବେନି। ବରିଷ୍ଠଙ୍କ ସହ ସମ୍ପର୍କ ମଧୁର ହେବାକୁ ଥିବା ବେଳେ ଜମିଜମା, ରିୟଲ ଇଷ୍ଟେଟ କାରବାରରେ ଥିବା ଲୋକେ ବେଶ ଲାଭବାନ ହେବେ।

ବୃଷ : ଏହି ରାଶି ଜାତକ ଲୋକେ ଜାନୁୟାରୀ ୨୪ ତାରିଖ ପରେ ଆଶ୍ୱସ୍ତି ଅନୁଭବ କରିବେ। ଏହି ରାଶି ଜାତକ ବୃତ୍ତିଜୀବୀଙ୍କ ଲାଗି ବର୍ଷଟି ମିଶ୍ରିତ ଫଳଦାୟକ ହେବ। ତେବେ ବର୍ଷ ଆରମ୍ଭରୁ କାର୍ଯ୍ୟକ୍ଷେତ୍ର ଅନୁକୂଳ ରହିବ। ତେବେ ଜୁନ ମାସ ପରେ ସମସ୍ୟା ଉପୁଜିବ। ଏଣୁ ଚାକିରୀବୃତ୍ତିରେ ଅଧିକ ଧ୍ୟାନ ଦେବାକୁ ପଡିବ। ବର୍ଷ ଶେଷ ବେଳକୁ ବେତନ ବୃଦ୍ଧି ଅଥବା ନୂଆ ଚାକିରୀ ମିଳିଯାଇପାରେ।

ସିଂହ : ଏହି ରାଶି ଜାତକଙ୍କ ନିମନ୍ତେ ବର୍ଷଟି ବେଶ ସଫଳତା ଦାୟକ ବର୍ଷ ହୋଇପାରେ। କ୍ୟାରିୟର ନୂଆ ଉଚ୍ଚତା ଛୁଇଁବାକୁ ଥିବା ବେଳେ ତେବେ ଏଥିଲାଗି କଠୋର ପରିଶ୍ରମ ବି କରିବାକୁ ପଡିବ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁଙ୍କ ପ୍ରଭାବ ରହିବ। ହେଲେ ସେମାନେ କିଛି କରିପାରିବେନି। ଯଦି ଚଳିତବର୍ଷ କୌଣସି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନିଅନ୍ତି ତେବେ ସଫଳ ହେବାର ଅନେକ ସମ୍ଭାବନା ରହିଛି।

କନ୍ୟା:  ଏହି ରାଶି ଜଡାତକଙ୍କ ଲାଗି ମଧ୍ୟ ବର୍ଷଟି ବେଶ ଉତ୍ତମ ସାବ୍ୟସ୍ତ ହୋଇପାରେ। ଜାନୁୟାରୀ ୨୪ ପରେ ରାଶି ଉପରୁ ଶନିଙ୍କ ଅଢେୟା ସମାପ୍ତ ହେବା ପରେ ଏପର୍ଯ୍ୟନ୍ତ ଭୋଗି ଆସୁଥିବା ସମସ୍ୟାର ଅବସାନ ହେବ। ଚାକିରୀରେ ଆଶା କରୁଥିବା ସ୍ଥାନକୁ ସ୍ଥାନାନ୍ତରଣ ହୋଇପାରେ। ତେବେ ଅଫିସ ଅଥବା କାର୍ଯ୍ୟସ୍ଥଳରେ ବିରୋଧୀଙ୍କୁ ସମ୍ଭାଳିକରି ଚଳନ୍ତୁ। ସେମାନେ କିଛି କରିପାରିବେନି ହେଲେ ଆପଣଙ୍କ ଛବିକୁ ବିଗାଡିକୁ ଉଦ୍ୟମ କରିବେ।

ଧନୁ:  ଧନୁରାଶି ଜାତକଙ୍କ ଲାଗି ବର୍ଷଟି କାର୍ଯ୍ୟକ୍ଷେତ୍ରରେ ସଫଳତା ଦାୟକ ବର୍ଷ ପ୍ରମାଣିତ ହୋଇପାରେ। ବିଦେଶୀ କମ୍ପାନୀରୁ ଚାକିରୀର ଅଫର ମିଳିପାରେ, ଆୟ ବୃଦ୍ଧି ସାଙ୍ଗକୁ ପ୍ରମୋସନର ବି ଆଶା ରହୁଛି।

ମକର :  ମକର ରାଶି ଶନିଙ୍କ ଚର ରାଶି ହୋଇଥିବାରୁ ଜାତକ ସେପରି କୌଣସି ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ନାହିଁ। ଯଦିଓ ବର୍ଷରେ ଏତେ ଲାଭବାନ ହୋଇ ନ ପାରନ୍ତି ତେବେ ଆୟ ହ୍ରାସ ହେବ ନାହିଁ। ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ ପଦୋନ୍ନତିର ସମ୍ଭାବନା ରହିଛି।

ମୀନବର୍ଷଟି ବେଶ୍ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ଏହି ବର୍ଷଟି ସଫଳତା ଦାୟକ ବର୍ଷ ହୋଇପାରେ। ମାର୍ଚ୍ଚ ଶେଷ ଓ ଜୁନ ମାସ ସୁଦ୍ଧା କାର୍ଯ୍ୟକ୍ଷେତ୍ରରେ ଅନେକ ଶୁଭ ସମାଚାର ମିଳିବାର ଆଶା କରାଯାଉଛି। ତେବେ କାର୍ଯ୍ୟବ୍ୟସ୍ତତା ଯୋଗୁ ଅନେକ ସମୟରେ ଘରୁ ଦୂରରେ ରହିବାକୁ ପଡିପାରେ।  

   Related Posts