ରାମଙ୍କ ‘ଥ୍ରୀଲର୍’: ନୟାଗଡ଼ର ଝିଅ ସହ ନବରଙ୍ଗପୁରର ପୁଅ, ଟ୍ବିଟ୍ କଲେ ନିର୍ଦ୍ଦେଶକ
14/07/2020 at 5:49 PM

ଭୁବନେଶ୍ୱର୧୪/୭: ଥ୍ରୀଲର ଫିଲ୍ମରେ ଓଡିଆ ଯୁବକ। ନିର୍ଦ୍ଦେଶକ ରାମଗୋପାଳ ବର୍ମା ‘ଥ୍ରୀଲର୍’ ଫିଲ୍ମରେ ନୟାଗଡ଼ର ଝିଅ ଅଙ୍କିତା ମହାରଣାଙ୍କୁ ଲିଡ୍ କ୍ୟାରେକ୍ଟରେ ଅଭିନୟ କରିବାର ସୁଯୋଗ ଦେଇଛନ୍ତି। ଏହି ଫିଲ୍ମରେ ରାମ ଗୋପାଳ ବର୍ମା ଆଉ ଜଣେ ଓଡ଼ିଆ ଯୁବକଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି। ଟ୍ବିଟ୍ କରି ରାମ ଗୋପାଳ ବର୍ମା ,ଏ ସଂପର୍କରେ ସୂଚନା ଦେଇଛନ୍ତି। ଏହି ଓଡ଼ିଆ ଯୁବ କଳାକାରଙ୍କ ନାଁ ହେଉଛି ରକି କାଚ୍ଚି।

ଟ୍ୱିଟରେ ରାମ ଗୋପାଳ ଲେଖିଛନ୍ତି, ଅପସରା ରାଣୀଙ୍କୁ ଧନ୍ୟବାଦ, ଯାହାଙ୍କ ପାଇଁ ମୁଁ ଓଡ଼ିଶାକୁ ଭଲ କରି ଜାରି ପାରିଲି। ବର୍ତ୍ତମାନ ମୁଁ ଆଉ ଜଣେ ଓଡ଼ିଆ କଳାକାରଙ୍କୁ ଆବିଷ୍କାର କରିଛି, ଯାହାଙ୍କ ନାଁ ରକ୍। ସେ ମୋର ପରବର୍ତ୍ତୀ ଫିଲ୍ମ ‘ଥ୍ରୀଲର୍’ରେ ଅପସରା ରାଣୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।
ରାମ ଗୋପାଳ ଟ୍ୱିଟରେ ଲେଖିଛନ୍ତି, ‘ଥ୍ରୀଲର୍’ ଫିଲ୍ମର 2 ଲିଡ୍ ଆକ୍ଟର୍ ଅପସରା ରାଣୀ ଓଡ଼ିଶାର ନୟାଗଡ଼ରୁ ଆସିଥିବା ବେଳେ ରକ୍ ନବରଙ୍ଗପୁରରୁ ଆସିଛନ୍ତି। ରାମୁ ନିଜର ଚତୁର୍ଥ ଓ ପଞ୍ଚମ ଟ୍ୱିଟରେ ‘ଥ୍ରୀଲର୍’ ଫିଲ୍ମରେ ଅପସରା ରାଣୀ ଓ ରକ୍ କାଚ୍ଚିଙ୍କ କିଛି ଫଟୋ ପୋଷ୍ଟ କରିଛନ୍ତି।
ଅଙ୍କିତାରୁ ଅପସରା ନାଁରେ ପରିଚିତ ହୋଇଥିବା ଏହି ହିରୋଇନ୍ ପୂର୍ବରୁ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କୁହାଯାଉଛି।