୫୨ ବର୍ଷରେ ବାଡ ଭାଙ୍ଗୁ ଥିଲେ, ଧରା ପଡିଲେ ବାବୁ: ଝିଅ ବୟସର କନ୍ୟାକୁ ରାସ୍ତାରେ ହେଲେ ବାହା

Published By : Prameya-News7 Bureau | June 12, 2020 IST

ବଲାଙ୍ଗୀର ୧୨/୦୬: ଦୀର୍ଘ ୪ବର୍ଷ ଧରି ଚାଲିଥିଲା ଚୋରା ପୀରତି । ଘର ସଂସାର କରି ପିଲା ବାହା ଦେଇଥିବା ଜଣେ ୫୨ ବର୍ଷର ବ୍ୟକ୍ତି ୨୫ବର୍ଷର ଜଣେ ଯୁବତୀକୁ ପ୍ରେମ ଜାଲରେ ଫସାଇଥିଲେ । କଥା ସାମ୍ନାକୁ ଆସିବା ପରେ ଅନେକ ଲୋକ ତାଙ୍କୁ ବାରଣ ମଧ୍ୟ କରିଥିଲେ । କିନ୍ତୁ ରସିକିଆ ସରକାରୀ କର୍ମଚାରୀଜଣକ ଏଥିରୁ ନିବୃତ୍ତ ହୋଇନଥିଲେ । ଶେଷରେ ଗୁରୁବାର ସଂପୃକ୍ତ ଯୁବତୀଙ୍କ ସହିତ ଅସଂଯତ ଅବସ୍ଥାରେ ତାଙ୍କୁ ଗ୍ରାମବାସୀ କାବୁ କରି ଗାଁ ମଝିକୁ ଆଣିଥିଲେ । ଦୀର୍ଘସମୟ ଧରି ସେମାନଙ୍କୁ ଅଟକ ରଖିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା ।

ସେମାନଙ୍କୁ ବୁଝାସୁଝା କରିବା ପରେ ପୁଲିସ ସମ୍ମୁଖରେ ନିଜେ ସରକାରୀ କର୍ମଚାରୀଜଣକ ଯୁବତୀକୁ ବାହା ହେବି ବୋଲି କହିବାରୁ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେହିଠାରେ ସମସ୍ତଙ୍କ ଉପସ୍ଥିତିରେ ରାସ୍ତା ଉପରେ ହିଁ ଉଭୟଙ୍କ ବାହାଘର ହୋଇଥିଲା । ତାପରେ ମିଆଁ ବିବି ରାଜି… ପୁଲିସର ଆଉ କି କାମ ବୋଲି ସେଠାରୁ ଫେରିଯାଇଥିଲା । ଘଟଣାଟି ତରଭା ଥାନା ଅନ୍ତର୍ଗତ ଚାରଭଟା ଅଞ୍ଚଳର ବୋଲି ଜଣାପଡ଼ିଛି । ସମଗ୍ର ଘଟଣାର ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.