ରାଜ୍ୟ ଆଇନଜୀବି ସଂଘର ୪୯ ତମ ବାର୍ଷିକ ସମ୍ମିଳନୀ ପାଳିତ, ଉଦ୍ଘାଟନୀ ଉତ୍ସବରେ ସାମିଲ ଥିଲେ ହାଇକୋର୍ଟର ପୂର୍ବତନ ବିଚାରପତି ବି.କେ. ମିଶ୍ର
29/12/2020 at 6:15 PM

ଚଣ୍ଡିଖୋଲ୨୯/୧୨: ରାଜ୍ୟ ଆଇନଜୀବି ସଂଘ ପକ୍ଷରୁ ୪୯ ତମ ବାର୍ଷିକ ସମ୍ମିଳନୀ ପାଳନ ହୋଇଯାଇଛି। ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଏହି ବାର୍ଷିକ ଉତ୍ସବ ପାଳନ ହୋଇଥିଲା।

ରାଜ୍ୟ ଆଇନଜୀବି ସଂଘର ସଭାପତି ବିଚିତ୍ର କୁମାର ବଡ଼ଜେନାଙ୍କ ଅଧକ୍ଷତାରେ ଏହି ସମ୍ମିନଳୀକୁ ପୂର୍ବତନ ହାଇକୋର୍ଟ ବିଚାରପତି ବି. କେ. ମିଶ୍ର ଉଦ୍ଘାଟନ କରିଥିଲେ।

ଏହି ସମ୍ମିଳନୀ ସଭାର ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇ ଥିଲେ।ରାଜ୍ୟର ବିଭିନ୍ନ ଓକିଲ ସଂଘ ପକ୍ଷରୁ ବହୁ ଆଇନଜୀବି ଏଥିରେ ସାମିଲ ହୋଇ ଥିଲେ।ଆଇନଜୀବୀମାନଙ୍କ ସୁରକ୍ଷା ଓ ବିଭିନ୍ନ ଦାବି ସଂପର୍କରେ ସମ୍ମିନଳୀରେ ଆଲୋଚନା ହୋଇଥିଲା।
Related Posts
ନିଆଁ ପୁଇଁବା ହେଲା କାଳ : ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
22 January 2021
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021