୪୮ ଘଣ୍ଟାର ଏକ୍ସିପେରିମେଣ୍ଟ ଏବେ ୬୦ ଘଣ୍ଟା ପାଇଁ ଲାଗୁ

Published By : Prameya-News7 Bureau | April 23, 2020 IST

ଭୁବନେଶ୍ବର୨୩/୪: ଦୈତିନଗରୀ ସହ ଭଦ୍ରକରେ ଏପ୍ରିଲ ପ୍ରଥମ ସପ୍ତାହରେ ଲାଗୁ ହୋଇଥିଲା ୪୮ ଘଣ୍ଟିଆ ସଟ୍‌ଡାଉନ। ଏବେ ସେହିଭଳି ଅସାଧାରଣ ପରିସ୍ଥିତିର ମୁକାବିଲା ଲାଗି ପୁଣି ନିଆଗଲା ଅସାଧାରଣ ପଦକ୍ଷେପ। ୪୮ ଘଣ୍ଟାର ଏକ୍ସିପେରିମେଣ୍ଟକୁ ଏବେ ୬୦ଘଣ୍ଟା ପାଇଁ ଏକ୍‌ଜାମ୍ପଲ ନିଆଯାଇଛି। କାରଣ ଭୁବନେଶ୍ବର ଓ କଟକରେ ଏପ୍ରିଲ ୩,୪ ଓ ୫ ତାରିଖରେ ଜାରି ୪୮ ଘଣ୍ଟା ସଟ୍‌ଡାଉନ୍‌ ସକରାତ୍ମକ ଫଳ ଦେଇଛି। ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଭଦ୍ରକ, ବଲେଶ୍ବର ଓ ଯାଜପୁରରେ ୬୦ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କରି ଏହା କହିଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ୩ ତାରିଖ ଦିନ ସଟଡାଉନ ନିଷ୍ପତ୍ତି ଘୋଷଣା କରିବା ସମୟରେ ଭୁବନେଶ୍ବରରେ କୋଭିଡ-୧୯ ପଜିଟିଭ ସଂଖ୍ୟା ୧୫ ଥିଲା। ସଟ୍‌ଡାଉନ ପରେ ସଂକ୍ରମଣକୁ ଚେକ୍ ଦେବାରେ ସଫଳତା ମିଳିଥିଲା। କଣ୍ଟେମେଣ୍ଟ ଜୋନ ସହ ସାନିଟାଇଜେସନ, ଟେଷ୍ଟିଂ ଏବଂ ଟ୍ରେସିଂକୁ ତ୍ବରାନିତ କରାଯାଇଥିଲା। ଫଳରେ ସ୍ବରୂପ ଭୁବନେଶ୍ବରେ ଗତ କିଛିଦିନ ହେବ କରୋନା ସଂକ୍ରମିତ ସଂଖ୍ୟା ବଢ଼ି ନାହିଁ। ଯଦିଓ  କରୋନା ସଂକ୍ରମିତଙ୍କ ତାଲିକାରେ ୪୬ ପଜିଟିଭ କେସ୍ ସହ  ଖୋର୍ଦ୍ଧା ଜିଲ୍ଲା ରାଜ୍ୟରେ ଶୀର୍ଷରେ ରହିଛି। କିନ୍ତୁ କିଛିଦିନ ହେଲା ବଢ଼ି ନାହିଁ। ତେଣୁ ଭୁବନେଶ୍ବର- କଟକ ଫର୍ମୁଲାକୁ ଏବେ ଅଧିକ କଡ଼ା ଏବଂ ଅଧିକ ଦୀର୍ଘ ତରିକାରେ ୩ ଜିଲ୍ଲା ଭଦ୍ରକ, ବାଲେଶ୍ବର, ଓ ଯାଜପୁରରେ ଜାରି ହୋଇଛି।

ଏହି ସମୟ ମଧ୍ୟରେ ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ୍, ସାନିଟାଇଜେସନ ସହ ଟ୍ରେସିଂ ଏବଂ ଟେଷ୍ଟିଠ ପ୍ରକ୍ରିୟାକୁ ଗତଶୀଳ କରାଯିବ। ପଶ୍ଚିମବଙ୍ଗ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଖୋଜି ବାହାର କରାଯିବ ଏବଂ ବ୍ୟାପକ ନମୁନା ପରୀକ୍ଷା କରାଯିବ। ଦରକାର ପଡ଼ିଲେ, ଏହି ତିନି ଜିଲ୍ଲା ସହ ଅନ୍ୟ ଜିଲ୍ଲାର ସୀମା ଏବଂ ପଶ୍ଚିମବଙ୍ଗର ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯିବ। ଏଥିଲାଗି ୨୭ ପ୍ଲାଟୁନ ପୋଲିସ୍ ଫୋର୍ସ ସହ ପର୍ଯ୍ୟାପ୍ତ ପୋଲିସ କର୍ମଚାରୀ ନିୟୋଜିତ ହେବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.