Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତୀୟ ଭ୍ୟାକ୍‌ସିନ ରିସର୍ଚ୍ଚରଙ୍କ ୬୩ ଦିନର ଯାତ୍ରା: ଚୀନ୍‌ ବୁହାନରେ ରହିଥିଲେ ୩୬ ଦିନ…

ନୂଆଦିଲ୍ଲୀ୨୬/୩: ଚୀନ୍‌ରେ କାମ କରୁଥିବା ୩୬ ବୟସ୍କ ଜଣେ ରିସର୍ଚ୍ଚର ନିଜ ମାଟି ହିମାଚଳ ପ୍ରଦେଶକୁ ଫେରିଛନ୍ତି। କରୋନା ଭାଇରସ୍‌ର ଆତଙ୍କ ଚାଲିଥିବା ବେଳେ ଦୀର୍ଘ ୩୬ ଦିନ ପର୍ଯ୍ୟନ୍ତ ବ୍ୟକ୍ତି ଜଣଙ୍କ ଚୀନ୍‌ରେ ଫସି ରହିଥିଲେ।  ସେହି ବ୍ୟକ୍ତିଙ୍କ  ନାମ ସୋମ ଦତ୍ତ | ସେ ବୁହାନର ଏକ ଆପାର୍ଟମେଣ୍ଟରେ ୩୬ ଦିନ ଯାଏଁ ଏକ ବନ୍ଦ କୋଠରୀରେ ରହିଥିଲେ। ଏହା ପରେ ସୋମ ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀରେ ସେ ୧୬ ଦିନ ଯାଏଁ କ୍ଵାରେଣ୍ଟାଇନରେ ରହିଥିଲେ। ଶେଷରେ ସେ କାଙ୍ଗଡା ସ୍ଥିତ ନିଜ ଘରେ ପହଞ୍ଚିଥିଲେ | ଘରେ ପହଞ୍ଚିବା ପରେ ସେ ୧୧ ଦିନ କ୍ଵାରେଣ୍ଟାଇନରେ ରହିଥିଲେ | ହିମାଚଳ ପ୍ରଦେଶ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଲକଡାଉନ ହୋଇସାରିଛି | ହିମାଚଳ ପ୍ରଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତରେ ଜଣଙ୍କ ମୃତ୍ୟୁ ହୋଇଛି।

ତେବେ ସୋମ ଦତ୍ତ ବର୍ତ୍ତମାନ ନିଜ ଗାଁ ମତଲହରରେ ନିଜ ପରିବାର ସହ ଅଛନ୍ତି | ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏହି ସମୟ ତାଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା | ତାଙ୍କ ପାଇଁ ଏହି କ୍ଵାରେଣ୍ଟାଇନ ବର୍ଷେ ଭଳି ଥିଲା | ହିମାଚଳ ପ୍ରଦେଶର କେବଳ କାଙ୍ଗଡାରେ ହିଁ କରୋନା ସଂକ୍ରମଣ ହୋଇଛି | କାଙ୍ଗଡାରେ ଏବେ ଯାଏଁ ୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି |

ଦତ୍ତ ଚୀନର ଏକ କମ୍ପାନୀରେ ଭ୍ୟାକସିନ ରିସର୍ଚ୍ଚର ଭାବେ କାମ କରନ୍ତି | ସାଢେ ୩ ବର୍ଷ ପୂର୍ବରୁ ସେ ବୁହାନ ଯାଇଥିଲେ | ସେ ଏକ ଆପାର୍ଟମେଣ୍ଟରେ ରହୁଥିଲେ | ଜାନୁଆରୀ ୧୦ ତାରିଖରେ ଜଣେ ସ୍ଥାନୀୟ ଅଧିକାରୀ ଆସି ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କହିଥିଲେ | ସେ କହିଛନ୍ତି, କରୋନା ଏକ ନୂଆ ଭାଇରସ ଥିଲା ଯାହା ସମ୍ପର୍କରେ କେହି କିଛି ଜାଣିନଥିଲେ |

ସଂକ୍ରମଣ ଅଚାନକ ଚାରିଆଡ଼େ ଖେଳି ଯାଇଥିଲା। ସେହି ସମୟରେ ବହୁ ଲୋକ ଜୀବନ ବିକଳରେ ଚୀନ୍ ଛାଡ଼ି ପଳେଇଥିଲେ।  ସହର ବନ୍ଦ ହେବା ପୂର୍ବରୁ ଲୋକମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ଘରେ ରଖି ଦେଇଥିଲେ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପରେ ଫେବୃଆରୀ ୧୦ ତାରିଖରେ ଲୋକଙ୍କୁ ନିଜ ନିଜ ଘରେ ରହିବାକୁ ନିର୍ଦେଶ ଦିଆଯାଇଥିଲା | ସ୍ବୟଂ ସେବକଙ୍କ  ଦ୍ବାରା ଲୋକଙ୍କ ଘରକୁ ଆବଶ୍ୟକୀୟ ଜିନିଷ ପଠା ଯାଉଥିଲା |

କେହି ବି କାହାକୁ ସାକ୍ଷାତ କରୁ ପାରୁନଥିଲେ | ସମସ୍ତେ କେବଳ ଫୋନରେ ହିଁ କଥାବାର୍ତ୍ତା ଓ ଚାଟ କରୁଥିଲେ | ସେ କହିଛନ୍ତି, ଯେହେତୁ ତାଙ୍କ ଘର ଆପାର୍ଟମେଣ୍ଟର ଏକ କୋଣକୁ ଥିଲା ସେ ବାଲକନିରୁ ମଧ୍ୟ କାହାକୁ ଦେଖିବାକୁ ପାଉନଥିଲେ | ପରିସ୍ଥିତି ଏତେ ଗମ୍ଭୀର ଥିଲା ସେ ନିଜ ଘରକୁ ଫେରିବା ମଧ୍ୟ ସମ୍ଭବ ନଥିଲା |

   Related Posts