୩୩ କେଭିର ସବ୍‌ଷ୍ଟେସନର ଉଦ୍‌ଘାଟନ କଲେ ନୀଳଗିରି ବିଧାୟକ

Published By : Prameya-News7 Bureau | August 10, 2020 IST

ନୀଳଗିରି୧୦/୮:  ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ୩୩ କେଭି ଟ୍ରାନ୍ସଫର୍ମର ବସିବା ବିଳମ୍ବ ହେବା ନେଇ ଧାରଣା ଚେତାବନୀ ପରେ ବିଦ୍ୟୁତ ବିଭାଗ ଚଳଚଞ୍ଚଳ ହୋଇ ଉଠିଥିଲା। ଶେଷରେ ସମୟ ମାଗି ବିଦ୍ୟୁତ ବିଭାଗ କାର୍ଯ୍ୟଶେଷ କରିବା ପରେ ଆଜି ସବଷ୍ଟେସନ ଉଦଘାଟନ ହୋଇଛି। ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧିନ ବହାନାଗା ବ୍ଲକ ଅଧିନ ଖନ୍ତାପଡ଼ା ଓ ବରମପୁର ଠାରେ ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇବା କାର୍ଯ୍ୟ ବିଳମ୍ବ ହେଉଥିଲା।

ଖନ୍ତାପଡା ଠାରେ ସାଢ଼େ ୬ କୋଟି ଟଙ୍କା ବ୍ୟୟରେ ବସିବାକୁ ଥିବା ଟ୍ରାନ୍ସଫର୍ମର କାମ ବିଳମ୍ବ ହେଉଥିବାରୁ ଜୟପୁର, ଖନ୍ତାପଡା, ପଣପଣା, ଚକ ଜଗନ୍ନାଥପୁର ପଂଚାୟତର ହଜାର ହଜାର ହିତାଧିକାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଘଟଣାକୁ ନେଇ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ।

ପରେ ବିଧାୟକ ଧାରଣା ଚେତାବନୀ ପରେ ବିଦ୍ୟୁତ ବିଭାଗ କିଛିଦିନ ସମୟ ମାଗିଥିଲା। ପରେ ୩୩ କେଜି ଟ୍ରାନ୍ସଫର୍ମର ଲଗାଇଛି। କାର୍ଯ୍ୟଟିକୁ ଏଲଏଣ୍ଡଟି ସଂସ୍ଥା କରୁଥିବା ଜଣାପଡିଛି। ଆଜି ଏହି ସବଷ୍ଟେସନଟିକୁ ବିଧାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏଥିରେ ବିଜେପି ନେତ୍ରୀ ସୁଷମା ବିଶ୍ୱାଳ,ବୈରାଗୀ ଚରଣ ବେହେରା,ଦିଲ୍ଲୀପ ଦାସ ,ବିଦ୍ୟୁତ ବିଭାଗ ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.