ଭୁଶୁଡ଼ିଥିବା କୋଠାରୁ ଉଦ୍ଧାର ହେଲା ୧୩ ଯବାନଙ୍କ ମୃତଦେହ , ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | July 15, 2019 IST

ହିମାଚଳ ପ୍ରଦେଶ୧୫|୭: ଗତକାଲି ହିମାଚଳ ପ୍ରଦେଶ ସୋଲନର କୁମାରହଟ୍ଟି ରାଜମାର୍ଗରେ ଥିବା ତିନି ମହଲା କୋଠା ବିଶିଷ୍ଟ ହୋଟେଲ ଭୁଶୁଡି ପଡ଼ିଥିଲା। ଏହି କୋଠାରେ ୪୨ ଜଣ ଲୋକ ଫଶି ରହିଥିଲେ। ଏହି ୪୨ ଜଣଙ୍କ ଭିତରେ ୩୦ ଜଣ ଆର୍ମି ଯବାନ ଥିଲେ । ଭୁଶୁଡ଼ି ପଡ଼ିଥିବା ହୋଟେଲରୁ  ୧୩ ଜଣ ଆର୍ମି ଯବାନ ସହ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୭ ଜଣ ଆର୍ମି ଯବାନ ଏବଂ ୧୧ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାର ସୂଚନା ଆସିଛି। ଏହି କୋଠା କାହିଁକି ଭୁଶୁଡ଼ିଲା ତାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

{"id":133916}

ଗତକାଲି ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା।  ବର୍ତ୍ତମାନ ସୁଦ୍ଧା ସୋଲନର ଏସଡିଏମ ରୋହିତ ରାଠୋରଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟଜାରି ରଖିଛନ୍ତି। ଏହି ଘଟଣାରେ ପ୍ରାଣ ହରାଇଥିବା ଯବାନ ହେଲେ , ଆସାମର ରାଜ କିଶୋର ସିଂହ, ହରିୟାଣର ବିନୋଦ କୁମାର, ଆସାମର ଅଜିତ କୁମାର, ଉତ୍ତରପ୍ରଦେଶର ଯୋଗେଶ କୁମାର ଓ ହରିୟାଣର ବଲବିନ୍ଦର ସିଂହଙ୍କ ସମେତ ୧୧ ଜଣ ଆର୍ମି ଯବାନ ପ୍ରାଣ ହରାଇଥିଲେ।

{"id":133917}

ରବିବାର ମଧ୍ୟାହ୍ନ ଦିନ ପ୍ରାୟ ୪ ଟା ମମୟରେ ମଧ୍ୟାହ୍ନ ଭୋଜନ ପାଇଁ ହୋଟେଲକୁ ଯବାନ ଯାଇଥିଲେ। ହଠାତ କୋଠାଟି ଭୁଶୁଡ଼ି ପଡ଼ିଥିଲା। ସିମଲାଠାରୁ ପାଖାପାଖି ୪୫ କିଲୋମିଟର ଦୂରେ ଥିବା ସୋଲନର କୁମାରହଟ୍ଟି ରାଜମାର୍ଗରେ ଥିବା ଏହି ତିନି ମହଲା କୋଠା ବିଶିଷ୍ଟ ହୋଟେଲଟି ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷାଯୋଗୁ କୋଠା ଭୁଶୁଡି ଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.