Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ଭାରତ ଓ ପାକ୍ ଉଭୟ ଟିମ୍ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ଏହି ୩ କ୍ରିକେଟର, ଜାଣନ୍ତୁ ଏମାନଙ୍କ କାହାଣୀ

16/06/2019 at 8:34 PM

ଆଇସିସି ୱାର୍ଲଡକପ- ୨୦୧୯ର ଲିଗ୍ ମ୍ୟାଚ୍ ରେ ରବିବାର ଭାରତ ଓ ପାକ୍ ମଞ୍ଚେଷ୍ଟରରେ ମୁହାଁମୁହିଁ ହୋଇଛନ୍ତି। ଦୁଇ ପାରପରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଏହି ମୁକାବିଲାକୁ ମହାମୁକାବିଲା କୁହାଯାଉଥିବା ବେଳେ ଜାଣନ୍ତୁ ଏହି ୩ କ୍ରିକେଟରଙ୍କୁ ଯେଉଁମାନେ ଅତୀତରେ ଉଭୟ ଭାରତ ଓ ପାକିସ୍ତାନ ପାଇଁ ଖେଳିଥିଲେ ଅନ୍ତର୍ଜାତୀୟ ମ୍ୟାଚ୍ । ଟେଷ୍ଟ କ୍ରିକେଟ୍ ଇତିହାସକୁ ଗଲେ ଏମିତିରେ ୧୫ ଜଣ ଖେଳାଳି ସ୍ୱତଃ ମନେପଡନ୍ତି, ଯେଉଁମାନେ ଏକାଧିକ ଦେଶଙ୍କ ପାଇଁ ଖେଳୁଥିଲେ। ହେଲେ ଭାରତ ଓ ପାକ୍ ସନ୍ଦର୍ଭରେ ଦେଖିବାକୁ ଗଲେ ଏହି ୩ ଜଣ ଖେଳାଳି ଟେଷ୍ଟ କ୍ରିକେଟରେ ଭଉୟ ଦେଶପାଇଁ ଖେଳୁଥିବା ଦେଖାଯାଇଛି । ତେବେ ଏଠାରେ ଜାଣନ୍ତୁ ଏହି କ୍ରିକେଟରମାନଙ୍କୁ ଓ ସେମାନଙ୍କ ରେକର୍ଡସ ଏବଂ ଉପଲବ୍ଧିକୁ ।

ଏମିତି ଜଣେ କ୍ରିକେଟର ହେଉଛନ୍ତି ଅବଦୁଲ ହଫିଜ୍ କାର୍ଦାର। ଅଭିଭାଜିତ ଭାରତର ଲାହୋରରେ ଜନ୍ମ ହୋଇଥିଲେ ଏ.ଏଚ୍.କାର୍ଦର। ଯିଏ ଦେଶ ବିଭାଜନ ପରେ ମଧ୍ୟ ଉଭୟ ଭାରତ ଓ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଟେଷ୍ଟମ୍ୟାଚ୍ ଖେଳୁଥିଲେ। କାର୍ଦର ଅନେକ ଘରୋଇ ଟିମ୍ ପାଇଁ ଖେଳିଥିଲେ ଯେଉଁଥିରେ ଅକ୍ସଫର୍ଡ ୟୁନିଭର୍ସିଟି, ନର୍ଦ୍ଦନ ଇଣ୍ଡିଆ ଏଣ୍ଡ ମୁସ୍ଲିମସ୍ ପାଇଁ ଖେଳୁଥିବା ଏହି କ୍ରିକେଟର ପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳୁଥିବା ଟିମ ଇଣ୍ଡିଆରେ ବି ସାମିଲ ଥିଲେ। ତେବେ ମହମ୍ମଦ ଜିନ୍ନାଙ୍କ ସମର୍ଥକ କାର୍ଦାର ଦେଶ ବିଭାଜନରେ ପାକିସ୍ତାନ ପଟେ ରହିଯାଇଥିବା ବେଳେ ପରେ ତାଙ୍କୁ ପାକ୍ ଟିମର ଦାୟିତ୍ୱ ଅର୍ପଣ କରାଯାଇଥିଲା। ୧୯୫୨-୫୩ରେ କାର୍ଦ୍ଦାର ତାଙ୍କ ଟିମ ସହ ଭାରତ ଗସ୍ତ କରିବା  ସହ ଲାଲା ଅମରନାଥଙ୍କ ଟିମ୍ ବିପକ୍ଷରେ ଟେଷ୍ଟମ୍ୟାଚ୍ ଖେଳିଥିଲା। ଦିଲ୍ଲୀ ଓ ବମ୍ବେ ଟେଷ୍ଟ ଜିତି ଭାରତ ନିଜ ନାମରେ ସିରିଜ କରିଥିବା ବେଳେ ଲକ୍ଷ୍ନୌ ଟେଷ୍ଟରେ ପାକ୍ ବିଜୟୀ ହୋଇଥିଲା। ବାମହାତୀ ବ୍ୟାଟସମ୍ୟାନ କାର୍ଦ୍ଦାର ପାକ୍ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ପାକ୍ କ୍ରିକେଟ ଟିମ୍ ର ପିତୃପ୍ରତିମ ବ୍ୟକ୍ତିତ୍ୱ ପାଲଟିପାରିଥିଲେ।

ସେହିପରି ଅନ୍ୟ.ଜଣେ କ୍ରିକେଟର ହେଲେ ଅମୀର ଇଲ୍ଲାହୀ। ଅଭିଭାଜିତ ଭାରତର ଲାହୋରରେ ଜନ୍ମିତ ଇଲାହୀ ଭାରତ ପାଇଁ ଗୋଟିଏ ଟେଷ୍ଟମ୍ୟାଚ୍ ଖେଳିଥିଲେ। ୧୯୫୨-୫୩ରେ ପାକ୍ କୁ ଟେଷ୍ଟଟିମ୍ ମାନ୍ୟତା ମିଳିବା ପରେ ଅମୀର ପାକିସ୍ତାନ ବିପକ୍ଷରେ ୫ଟି ଟେଷ୍ଟ ଖେଳିଥିଲେ। ଲେଗ୍ ବ୍ରେକ୍ ଗୁଗଲି ବୋଲର ଭାବେ ବେସ୍ ସୁନାମ ଥିଲା ତାଙ୍କର। ତେବେ ପରେ ପାକ୍ ଟିମ ସହ ସାମିଲ ହୋଇଯାଇଥିଲେ।  ଲାହୋରର ଆଉ ଜଣେ କ୍ରିକେଟର ହେଉଛନ୍ତି ଗୁଲ ମହମ୍ମଦ। ବାମହାତୀ ଆକ୍ରମକ ବ୍ୟାଟସ୍ ମ୍ୟାନ ଗୁଲ ୧୯୫୨-୫୩ରେ ଭାରତ ପକ୍ଷରୁ ପାକ୍ ବିପକ୍ଷରେ ୨ଟି ଟେଷ୍ଟମ୍ୟାଚ୍ ଖେଳିଥିଲେ। ପରେ ୧୯୫୫ ମସିହାରେ ସେ ପାକିସ୍ତାନର ନାଗରିକତା ଗ୍ରହଣ କରିବା ସହ ପାକ୍ ଟିମ୍ ପାଇଁ ଖେଳିଥିଲେ। କ୍ରିକେଟ୍ କ୍ୟାରିୟର ସମାପ୍ତ ହେବା ପରେ ସେ ପାକ୍ କ୍ରିକେଟ୍ ପ୍ରଶାସନରେ ରହିବା ସହ ପ୍ରଥମେ କୋଚ୍ ଓ ପରେ ଗଦ୍ଦାଫି ଷ୍ଟାଡିୟମର ନିର୍ଦେଶକ ମଣ୍ଡଳିରେ ଦୀର୍ଘ ବର୍ଷ ଧରି ରହିଥିଲେ।

   Related Posts