Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ମେ ୧ରୁ ଘରୋଇ ହସ୍ପିଟାଲରେ ୨୫୦ ଟଙ୍କିଆ ଟିକା ବନ୍ଦ, ଶନିବାର ଓ ରବିବାର ହେବନି ଟିକାକରଣ

22/04/2021 at 10:17 PM

ଭୁବନେଶ୍ଵର ୨୨।୦୪: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଏବଂ ଟିକାକରଣ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୧ରୁ ଘରୋଇ ହସ୍ପିଟାଲରେ ବନ୍ଦ ହେବ ୨୫୦ ଟଙ୍କିଆ ଟିକା। ଏବେ କେବଳ ୨୫୦ ଟଙ୍କିଆ ଟିକା ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ। ଶୁକ୍ରବାର ଏହାର ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ସଚିବପ୍ରଦୀପ୍ତ ମହାପାତ୍ର।  ଏଥିସହ ରାଜ୍ୟରେ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ,  ରାଜ୍ୟରେ ଶନିବାର ଓ ରବିବାର ସଟ୍‌ଡାଉନ୍ ଦିନ ଟିକାକରଣ ବନ୍ଦ  ରହିବ। ଏହି ଦୁଇ ଦିନ ଟିକାକରଣ କେନ୍ଦ୍ର ସାନିଟାଇଜର କରାଯିବ। ତେଣୁ ପ୍ରତି ସୋମବାରରୁ ଶୁକ୍ରବାର ଯାଏଁ ଟିକାକରଣ କରିବାକୁ ନିଷ୍ପତ୍ତି ହୋଇଛି। ଏହି ୫ ଦିନ ଭିତରେ ସରକାରୀ ଛୁଟି ଥିଲେ ବି ଟିକା ଦିଆଯିବ।

ଅନ୍ୟଏକ ନିଷ୍ପତ୍ତି କ୍ରମେ ମେ ୧ରୁ ଘରୋଇ ହସ୍ପିଟାଲରେ ଦିଆଯାଉଥିବା ୨୫୦ ଟଙ୍କିଆ ଟିକା ବନ୍ଦ ହେବ। ଘରୋଇ ହସ୍ପିଟାଲ ଏଣିକି ସିଧାସଳଖ ଫାର୍ମା କମ୍ପାନୀଠୁ ଟିକା କିଣିବେ। ବ୍ୟବସ୍ଥା ଅନୁସାରେ ୫୦ ପ୍ରତିଶତ କୋଟାରୁ ଘରୋଇ ହସ୍ପିଟାଲ ଟିକା କିଣିବେ। ଏପ୍ରିଲ ୩୦ରୁ ସବୁ ଘରୋଇ କୋଭିଡ୍ ଭ୍ୟାକସିନ ସେଣ୍ଟରକୁ ଟିକା ବନ୍ଦ ନେଇ ଅତିରିକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କର୍ପୋରେସନକୁ ସଚିବ ଚିଠି ଲେଖିଛନ୍ତି।

   Related Posts