ଦିବଙ୍ଗତ ପ୍ରସନ୍ନ ପଣ୍ଡାଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ପାଳିତ

Published By : Prameya-News7 Bureau | December 26, 2020 IST

ଝାରସୁଗୁଡା ୨୬।୧୨: ପୂର୍ବତନ ବିଧାୟକ ତଥା ପଶ୍ଚିମ ଓଡିଶାର ଜନନେତା ସ୍ୱର୍ଗୀୟ ପ୍ରସନ୍ନ ପଣ୍ଡାଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କମ୍ୟୁନିଷ୍ଟ ଆନ୍ଦୋଳନର ପୁରୋଧା ଭାବେ ପରିଚିତ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ହୋଇଥିବା ପ୍ରସନ୍ନ ପଣ୍ଡାଙ୍କ ଶ୍ରାଦ୍ଧ ଅବସରରେ ଆଜି ପ୍ରସନ୍ନପଣ୍ଡା ଛକ ଠାରେ ଆୟୋଜିତ ଏକ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁଙ୍କ ସହ ଏଆଇଟିୟୁସିର ରାଜ୍ୟ ସଭାପତି ଅଶୋକ ଦାଶଙ୍କ ସହ ସିପିଆଇ,ସିପିଏମ୍ ଓ କଂଗ୍ରେସର ନେତୃବର୍ଗ ଯୋଗଦେଇ ସ୍ୱର୍ଗୀୟ ନେତାଙ୍କ ସ୍ମୃତି ଚାରଣ କରିବା ସହ ପ୍ରସନ୍ନପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.