୧୮ ଦିନର ମହାଭାରତ: ଜାଣନ୍ତି କି ୮ ଏବଂ ୧୮ର କ’ଣ ରହିଛି ରହସ୍ୟ ?

Published By : Prameya-News7 Bureau | March 24, 2020 IST

ଭୁବନେଶ୍ୱର୨୪/୦୩: ମହାଭାରତର ଅନେକ ଘଟଣା ଏବେ ମଧ୍ୟ ରହସ୍ୟ ଘେରରେ ରହିଛି। ଏମିତି ଏକ ରହସ୍ୟ ସଂପର୍କରେ ଆଜି ଆଲୋଚନା କରିବା। ମହାଭାରତ ଯୁଦ୍ଧରେ ୮ ଅଙ୍କ ଶ୍ରୀକୃଷ୍ଣଙ୍କ ସହ ଜଡିତ ଏବଂ ୧୮ ଅଙ୍କ ମହାଭାରତ ଯୁଦ୍ଧ ସହ ଜଡିତ| ଏହାର ରହସ୍ୟ କଣ ?

ଶ୍ରୀକୃଷ୍ଣଙ୍କ ୮ ଅଙ୍କ ପଛର ରହସ୍ୟ :

୧. ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମ ଅବତାର ରୂପରେ ଦ୍ୱାପର ଯୁଗରେ ହୋଇଥିଲା|

୨. ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ସନ୍ତାନ ଥିଲେ|

୩. ଶ୍ରୀକୃଷ୍ଣଙ୍କ ଜନ୍ମ କୃଷ୍ଣପକ୍ଷର ଅଷ୍ଟମ ମୁହୂର୍ତ୍ତରେ ଅଷ୍ଟମୀ ଦିନ ହୋଇଥିଲା |

୪. ଶ୍ରୀକୃଷ୍ଣଙ୍କ ୮ଜଣ ପତ୍ନୀ ଥିଲେ |

୫. ଶ୍ରୀକୃଷ୍ଣଙ୍କ ୮ ସଖି ଥିଲେ |

୬. ଶ୍ରୀକୃଷ୍ଣଙ୍କ ସଖା ମଧ୍ୟ ୮ଜଣ ଥିଲେ |

୭. ଶ୍ରୀକୃଷ୍ଣଙ୍କ ଜୀବନରେ ୮ଟି ନଗରୀର ମହତ୍ୱ ଅଧିକ ଥିଲା, ମଥୁରା, ଗୋକୁଳ, ଗୋବର୍ଧନ, ବୃନ୍ଦାବନ, ଅବନ୍ତିକା, ହସ୍ତୀନାପୁର, ଦ୍ୱାରିକା ଓ ପ୍ରଭାସ

ମହାଭାରତ ସହ ଜଡିତ ୧୮ ଅଙ୍କର ରହସ୍ୟ :

୧. ମହାଭାରତ ପୁସ୍ତକରେ ୧୮ ଅଧ୍ୟାୟ ରହିଛି |

୨. ଶ୍ରୀକୃଷ୍ଣ ୧୮ ଦିନ ଯାଏଁ ଅର୍ଜୁନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ | ଗୀତରେ ମଧ୍ୟ ୧୮ ଅଧ୍ୟାୟ ରହିଛି |

୩. ମହାଭାରତ ଯୁଦ୍ଧ ମଧ୍ୟ ୧୮ ଦିନ ଚାଲିଥିଲା |

୪. କୌରବ ଓ ପାଣ୍ଡବଙ୍କ ସେନାରେ ୧୮ ଅକ୍ଷହୀନି ସେନା ଥିଲେ ଯେଉଁଥିରେ କୌରବଙ୍କ ୧୧ ଓ ପାଣ୍ଡବଙ୍କ ୭   ଅକ୍ଷହୀନି ସେନା ଥିଲେ |

୫. ଯୁଦ୍ଧର ମୁଖ୍ୟ ସୂତ୍ରଧାର ମଧ୍ୟ ୧୮ ଥିଲା |

୬. ଯୁଦ୍ଧରେ ମୋଟ ୧୮ ଯୋଦ୍ଧା ଜୀବିତ ଥିଲେ |

୭. ମହାଭାରତର ରଚୟିତା ବେଦବ୍ୟାସ ୧୮ ପୁରାଣ ଲେଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.