Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସ୍ଵାଧୀନତା ସଂଗ୍ରାମୀ ବୀର୍ସା ମୁଣ୍ଡାଙ୍କ ୧୪୫ତମ ଜୟନ୍ତୀ ପାଳିତ, ବୀର୍ସାଙ୍କ ସ୍ଵପ୍ନକୁ ସାକାର କରିବାକୁ ନେଲେ ଶପଥ

15/11/2020 at 10:13 PM

ଝାରସୁଗୁଡା:୧୫/୧୧: ଆଜି ସ୍ଵାଧୀନତା ସଂଗ୍ରାମୀ ବୀର୍ସା ମୁଣ୍ଡାଙ୍କ ୧୪୫ତମ ଜୟନ୍ତୀ ପାଳିତ ହୋଇଛି। ବୀର୍ସା ଜୟନ୍ତୀ:ବୀର ବୀର୍ସା ଆଦିବାସୀ କଲ୍ୟାଣ ସମିତି, ସାରସମାଳ ତରଫରୁ ନିରାଡମ୍ବର ସହିତ ପାଳନ ହୋଇଯାଉଛି। କରୋନା କଟକଣାର ଗାଇଡଲାଇନ୍‌ ଅନୁସାରେ ମାତ୍ର କାର୍ଯ୍ୟକାରଣୀ ସଦସ୍ୟ/ସଦସ୍ୟାଙ୍କୁ ନେଇ ପାରମ୍ପାରିକ ଭାବରେ ଶ୍ରଦ୍ଧା ଓ ସୁମନ ଅପର୍ଣ କରାଯାଇଥିଲା।

ବୀର୍ସା ଥିଲେ ମୁଣ୍ଡା ସମାଜର ଭଗବାନ। ସେ ଆଦିବାସୀ ସମାଜକୁ ଇଂରେଜ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ସମସ୍ତ ଆଦିବାସୀଙ୍କୁ ଏକତ୍ର କରି ଗୋରା ସାହେବଙ୍କ ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇଥିଲେ। କମ୍ ବୟସରେ ସେ ଯେଉଁ ଇତିହାସ ଗାଥା, ଧୈର୍ଯ୍ୟ ଦେଶ ଓ ସମାଜ ପାଇଁ ଛାଡି ଯାଇଛନ୍ତି-ତାହା ଯୁଗ ଯୁଗ ଧରି ଦେଶର ମାଟିରେ -ଇନ୍ କିଲାବ୍‌ର ଆର୍ତନାଦ ବାଜୁଥିବ।

ଆଜି ଗୋରା ସରକାର ନାହିଁ-ଭାରତ ସ୍ବାଧୀନ ;କିନ୍ତୁ ପୁଣି ଆଜି ଦେଶବାସୀ, ଗରିବ,ଖଟିଖିଆ,ଶ୍ରମିକ,କର୍ମଚାରୀ,ଚାଷୀ ସମସ୍ତେ ସରକାରଙ୍କ ଉଦାସୀନତାରେ କବଳିତ।

ସର୍ବୋପରୀ , ଆଜିର ଦିନରେ ସମସ୍ତ ଆଦିବାସୀ ସମାଜ ଏକ ହୋଇ ସମ୍ବିଧାନ ଓ ଗଣତନ୍ତତଥା ଅଭିବ୍ୟକ୍ତିଙ୍କ ଆଦର୍ଶକୁ ସୁରକ୍ଷିତ କରିବାକୁ ପଡିବ ଏବଂ ବୀର୍ସାଙ୍କ ଅଗାଧ ସ୍ଵପ୍ନକୁ ସାକାର କରିବାକୁ ଆଗାମୀ ଦିନର କର୍ତବ୍ୟ ଭାବେ ପାଳନ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ।

   Related Posts