Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଅଚାନକ କଳା ରଙ୍ଗ ପଡ଼ିଗଲା ନଦୀର ପାଣି, ମରି ଭାସୁଛନ୍ତି କୁଢ଼କୁଢ଼ ମାଛ, ଚୀନ୍‌ର ହାତଥିବା ସନ୍ଦେହ

30/10/2021 at 4:55 PM

ଇଟାନଗର, ୩୦/୧୦ : ଅରୁଣାଚଳ ପ୍ରଦେଶର କାମେଙ୍ଗ ନଦୀ ଜଳ ଅଚାନକ କଳା ପଡିଯାଇଛି । ଫଳରେ ଏହାର ପ୍ରଭାବ ଜଳଚର ଜୀବଙ୍କ ଉପରେ ପଡ଼ିଛି । ନଦୀରେ ହଜାର ହଜାର ମାଛ ମରି ଭାସୁଛନ୍ତି । ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପ୍ରଶାସନ ନଦୀ ଜଳ ଆଗାମୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବ୍ୟବହାର ନକରିବାକୁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ମାଛକୁ ମଧ୍ୟ ସେବନ ନକରିବାକୁ ବାରଣ କରାଯାଇଛି । ପ୍ରଶାସନ ନଦୀ ଜଳ କିଭଳି ଭାବରେ ହଠାତ୍ ବିଷାକ୍ତ ହୋଇଗଲା ତାହା ଯାଞ୍ଚ୍ କରିବାକୁ ଏକ ବିଶେଷଜ୍ଞ ଟିମ୍ ଗଠନ କରିଛି। ଏହା ପଛରେ ଚୀନର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଏହି ଘଟଣାକୁ ନେଇ ଜିଲ୍ଲା ମତ୍ସ୍ୟପାଳନ ଅଧିକାରୀ କହିଛନ୍ତି ଯେ, ନଦୀ ପାଣିରେ ଟିଡିଏସ୍ ବଢିଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ଏହି କାରଣରୁ ନଦୀ ଜଳର ରଙ୍ଗ କଳା ପଡିଯାଇଛି। ନଦୀ ଜଳରେ ଟିଡିଏସ୍ ବୃଦ୍ଧି ପାଇବା ଦ୍ଵାରା ଜଳଜୀବ ମାନେ ନିଶ୍ଵାସ ନେଇପାରନ୍ତି ନାହିଁ। ଏହାଦ୍ଵାରା ସେମାନଙ୍କର ମୃତ୍ୟୁ ହୋଇଥାଏ। ଜଳର ଦୃଶ୍ୟତା ମଧ୍ୟ ହ୍ରାସ ପାଇଥାଏ।

ଉକ୍ତ ଅଞ୍ଚଳରେ ଚୀନ୍‌ର କାର୍ଯ୍ୟକଳାପକୁ ନେଇ ସନ୍ଦେହ ବୃଦ୍ଧି ପାଇଛି । ପୂର୍ବ ସିୟାଙ୍ଗ ଜିଲ୍ଲାର ପାସୀଘାଟରେ ସିୟାଙ୍ଗ ନଦୀ ଜଳ ୨୦୧୭ ନଭେମ୍ବର ମାସରେ କଳା ପଡିଯାଇଥିଲା। ଏବେ କାମେଙ୍ଗ ନଦୀ ଜଳ କଳା ପଡିଯିବା ଦେଖି ଏହା ଚୀନର ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। କାରଣ ଏହାର ଆଖପାଖ ଅଞ୍ଚଳରେ ଚୀନ ନିର୍ମାଣ କାର୍ଯ୍ୟ ଜୋରଦାର କରୁଛି। ଏହି କାରଣରୁ ନଦୀ ଜଳରେ ଟିଡିଏସ୍ ମାତ୍ରା ବୃଦ୍ଧି ପାଇପାଇଥିବାର ଅନୁମାନ କରାଯାଉଛି ।

   Related Posts