Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଲକଡାଉନ ଭିତରେ ପ୍ରେମିକକୁ ବାହା ହେବାକୁ ଏମିତି ପହଁଚିଲେ ଯୁବତୀ…

15/04/2020 at 12:13 PM

କୃଷ୍ଣା ୧୫/୦୪ : ୧୯ ବର୍ଷ ବୟସ୍କା ଚିତିକଲା ଭବାନୀ | ୨୧ ବର୍ଷ ବୟସ୍କ ପୂନ୍ନୟା | ଗତ ୪ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି | ବୟସ ହେବାପରେ ଭାବିଲେ ଘରଲୋକଙ୍କୁ ଜଣାଇଦେବେ | କିନ୍ତୁ ଠିକ ସମୟରେ କାହାଣୀରେ ଟ୍ଵିଷ୍ଟ ଆସିଗଲା | ଉଭୟ ଘରୁ ପଳାଇଯାଇ ବାହା ହେବା ପାଇଁ ନିଷ୍ପତ୍ତି ନେଲେ | ସବୁ ଯୋଜନା ପ୍ରସ୍ତୁତ କଲେ | ଠିକ ସମୟରେ ଦେଶରେ ଲକଡାଉନ ଘୋଷଣା ହୋଇଗଲା | ବିବାହର ସବୁ ଯୋଜନା ଫସର ଫାଟିଗଲା | ତେବେ ଆପଣ ଭାବୁଥିବେ ଲକଡାଉନ ଯୋଗୁଁ ବିବାହ ଯୋଜନା ସ୍ଥଗିତ ହୋଇଯାଇଥିବ | ନା ସେମିତି କିଛି ହୋଇନଥିଲା |

ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲାରେ ରହୁଥିବା ଭବାନୀ କହିଛନ୍ତି ଯେ, “ଆମେ ଭାବିଥିଲୁ ଲକଡାଉନ ପରେ ଆମେ ବିବାହ କରିବୁ | କିନ୍ତୁ ଆମେ ବିବାହ କଲା ଭଳି ସ୍ଥିତି ଜଣାପଡ଼ୁନାହିଁ | ଆମେ ଆଉ ଅପେକ୍ଷା କରିପାରିବୁନି |”ସେଥିପାଇଁ ସେ ନିଜ ପ୍ରେମିକଙ୍କ ଗାଁରେ ପହଞ୍ଚିଥିଲେ | ତାଙ୍କ ପ୍ରେମିକଙ୍କ ଗାଁ ତାଙ୍କ ଗାଁରୁ ୬୦କିମି ଦୂର | ତେବେ କୌଣସି ଗାଡିରେ ନୁହେଁ ବରଂ ଚାଲିଚାଲି ନିଜ ପ୍ରେମିକ ଗାଁରେ ପହଞ୍ଚିଥିଲେ | ସେଠାରେ ପହଞ୍ଚିବା ପରେ ଉଭୟ ବିବାହ କରିଥିଲେ | ତେବେ କାହାଣୀ ଏଇଠି ଶେଷ ହୋଇନାହିଁ | ଟିକେ ଧୈର୍ଯ୍ୟ ଧରନ୍ତୁ | ଏବେ କାହାଣୀରେ ଆସିଥିଲା ଟ୍ଵିଷ୍ଟ |

୯୦ ଦଶକରେ ବଲିଉଡ ଫିଲ୍ମରେ ଯାହା ହେଉଥିଲା ଏହି ଦମ୍ପତ୍ତିଙ୍କ ସହ ଠିକ ଏହିଭଳି କିଛି ଘଟିଥିଲା | ଭବାନୀଙ୍କ ଘରଲୋକ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ | ଉଭୟ ସାହାଯ୍ୟ ପାଇଁ ପୋଲିସ ପାଖକୁ ଯାଇଥିଲେ | ପୋଲିସକୁ ସୁରକ୍ଷା ମାଗିଥିଲେ | ସେଠାକାର ସର୍କଲ ଇନ୍ସପେକ୍ଟର ଭେଙ୍କଟ ନାରାୟଣ କହିଛନ୍ତି ଯେ, “ଏପ୍ରିଲ ୧୦ ତାରିଖ ଶୁକ୍ରବାର ଦିନ ସକାଳୁ ସକାଳୁ ନୂତନ ବିବାହିତା ଦମ୍ପତ୍ତି ଥାନାରେ ପହଞ୍ଚିଥିଲେ | ସେମାନେ ଥାନାରେ ପହଞ୍ଚି ପୋଲିସକୁ ସୁରକ୍ଷା ମାଗିଥିଲେ | ଉଭୟଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ଆମେ ଜାଣିବାକୁ ପାଇଲୁ ଯେ, ଯୁବତୀ ଏତେ ଦୂର ଚାଲିଚାଲି ଆସିଥିଲେ | ଯୁବତୀଙ୍କ ଘରଲୋକ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ | ଯୁବତୀ ନିଖୋଜ ଥିବା ନେଇ ତାଙ୍କ ଘର ଲୋକ ଥାନାରେ ଅଭିଯୋଗ କରିଥିଲେ | ସେଥିପାଇଁ ଆମେ ବି ଯୁବତୀଙ୍କ ଘରଲୋକଙ୍କ କାଉନସିଲିଂ କରୁଛୁ |

ଆଜିକାଲି ଏହିଭଳି ଅନେକ ମାମଲା ସାମ୍ନାକୁ ଆସୁଛି | ଲକଡାଉନ ଚାଲିଥିଲେ ସୁଦ୍ଧା ଲୋକେ ଏହାକୁ ନିଜ କାମ ମଝିରେ ଆସିବାକୁ ଦେଉନାହାନ୍ତି | କିଛି ବିବାହ ସ୍ଥଗିତ ହେଉଥିବାବେଳେ ଆଉ କିଛି ଲୋକ ଭିଡିଓ କନଫରେନସିଂ ଜରିଆରେ ବିବାହ କରୁଛନ୍ତି | ଏହିଭଳି ଏକ ଘଟଣା ଘଟିଛି ହାଇଦ୍ରାବାଦରେ | ହାଇଦ୍ରାବାଦରେ ଜଣେ ଦମ୍ପତ୍ତିଙ୍କ ବିବାହ ଏପ୍ରିଲ ୫ ତାରିଖରେ ହେବାକୁଥିଲା | କିନ୍ତୁ ଲକଡାଉନ ଯୋଗୁଁ ସେମାନେ ଅନଲାଇନ ମୌଲାନା ଡାକି ବିବାହ କରିଥିଲେ | ଦିଲ୍ଲୀରେ ମଧ୍ୟ ଏହିପରି ଏକ ଘଟଣା ଘଟିଥିଲା | ଜଣେ ଦମ୍ପତ୍ତିଙ୍କ ବିବାହ ସ୍ଥଗିତ ହେବାପରେ ତାଙ୍କ ବନ୍ଧୁ ଓ ପରିବାର ଅନଲାଇନ ସଂଗୀତ ସମାରୋହ ଆୟୋଜନ କରିଥିଲେ | ଲକଡାଉନ ସମୟରେ ଲୋକେ ଚିନ୍ତିତ ଥିବାବେଳେ ଏହିଭଳି ଗୋଟିଏ ଗୋଟିଏ ଖବର ମନକୁ ଖୁସି କରୁଛି | ଏଥିରୁ ଏକ ଆଶା ଜାଗ୍ରତ ହେଉଛି ଯେ, ଦୁନିଆରେ ସବୁକିଛି ବିଗିଡିନି | ସବୁକିଛି ଅତି ଶୀଘ୍ର ଠିକ ହେବା ନେଇ ଏକ ଆଶା ଏବେ ବି ଲୋକଙ୍କ ମନରେ ରହିଛି |

   Related Posts