Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଓବାମାଙ୍କ ପୁସ୍ତକକୁ ନେଇ ଥରୁର କହିଲେ ବହିରେ କେଉଁଠି ହେଲେ ନାହିଁ ମୋଦିଙ୍କ ନାମ, ମନମୋହନଙ୍କୁ କରାଯାଇଛି ଉଚ୍ଚ ପ୍ରଶଂସା

16/11/2020 at 9:49 PM

ନୂଆଦିଲ୍ଲୀ ୧୬।୧୧: ଓବାମାଙ୍କ ଚର୍ଚ୍ଚିତ ପୁସ୍ତକ ‘ଏ ପ୍ରୋମିସଡ୍ ଲ୍ୟାଣ୍ଡ’କୁ ନେଇ ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନି। ବହିକୁ ନେଇ କଂଗ୍ରେସ ନେତା ଶଶି ଥରୁର ସୋମବାର ନୂଆ ବିବାଦ ଆରମ୍ଭ କରିଛନ୍ତି। ଓବାମାଙ୍କ ବହିର କୌଣସି ସ୍ଥାନରେ ଥରଟିଏ ହେଲେବି ଭାରତର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନଥିବା କହିଛନ୍ତି। ତେବେ ପୁସ୍ତକରେ ପୂର୍ବତନ ୟୁପିଏ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କୁ ଓବାମା ଉଚ୍ଚ ପ୍ରଶଂସା କରିଥିବା କଥା କହିଛନ୍ତି ଥରୁର।

ଏ ନେଇ ଥରୁର ସୋମବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଯେଉଁଥିରେ ସେ କୌଣସି ପ୍ରକାର ଓବାମାଙ୍କ ସ୍ମୃତି ପୁସ୍ତକର ଅଗ୍ରୀମ କପିଟିଏ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ସୂଚିତ କରିଛନ୍ତି। ତେବେ ପୁସ୍ତକରେ ଏନଡିଏ ପ୍ରଧାନମନ୍ତ୍ରୀଙ୍କର ନାମ ହିଁ ନଥିବା ଦେଖି ସେ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। ଓବାମା ତାଙ୍କ ପୁସ୍ତକରେ କଂଗ୍ରେସ ସାଂସଦ ତଥା ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ‘ନର୍ଭସ’ ଲିଡର ଉଲ୍ଲେଖ କରିଥିବାରୁ ଦେଶରେ ତାହା ପ୍ରସଙ୍ଗ ପାଲଟିଛି।

ଥରୁର ଓବାମାଙ୍କ ପୁସ୍ତକରେ ଭାରତ ସମ୍ପର୍କିତ ପ୍ରତିଟି ବିଷୟକୁ ଧ୍ୟାନପୂର୍ବକ ପଢିଥିବା ଉଲ୍ଲେଖ କରିଛନ୍ତି। ହେଲେ କେଉଁଠାରେ ହେଲେ ଜାତୀୟତାବାଦୀ ନେତା ମୋଦିଙ୍କ ନାମ ଥରଟିଏ ବି ଉଲ୍ଲେଖ ନଥିବା ବେଳେ ପୂର୍ବତନ ୟୁପିଏ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ପୁସ୍ତକରେ ଓବାମା ମନମୋହନଙ୍କୁ  ‘ବୁଦ୍ଧିମାନ, ବିଚାରଶୀଳ ଓ ବିଶ୍ୱସ୍ଥରୁ ଅତ୍ୟନ୍ତ ବିଶ୍ୱସ୍ଥ’ ବୋଲି ଉଲ୍ଲେଖ କରିଥିବା ଥରୁର ତାଙ୍କ ଟ୍ୱିଟ୍‌ ସିରିଜରେ ଉଲ୍ଲେଖ କରିଛନ୍ତି। 

   Related Posts