ମତେ ମହାପୁରୁଷ କହିଥିବାରୁ ବଦ୍ରି ବାବୁଙ୍କୁ ଧନ୍ୟବାଦ : ନିରଞ୍ଜନ

Published By : Prameya-News7 Bureau | November 09, 2018 IST

ଭୁବନେଶ୍ୱର ୯/୧୧ : କେନ୍ଦୁଝର ଘସୀପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଗଣ୍ଡଗୋଳ ଏବଂ ଆକ୍ରମଣ ଘଟଣାରେ ବରିଷ୍ଠମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅମାନଙ୍କ ସମ୍ପୃକ୍ତି ନେଇ ଏବେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି | ସବୁ ଘଟଣାରେ ତାଙ୍କ ପୁଅଙ୍କ ବିରୋଧରେ ମାମଲା କରିବା ପଛରେ ପ୍ରଵେଦେଷୁ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଅଭିଯୋଗ କରିବା ସହ ନିରଞ୍ଜନ ପଟ୍ଟନାୟକଙ୍କୁ ମହାପୁରୁଷ ବୋଲି କଟାକ୍ଷ କରିଥିଲେ | କେବଳ ନିରଞ୍ଜନ ପଟ୍ଟନାୟକ ନୁହନ୍ତି ତାଙ୍କ ସାନ ଭାଇ ତଥା ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ବଦ୍ରି ଟାର୍ଗେଟ କରିଥିଲେ | ବଦ୍ରି କହିଥିଲେ ଯେ, ନିରଞ୍ଜନ ପଟ୍ଟନାୟକ ଘସିପୁରାରେ ଯାହା ଘଟଣା ହେବ ସେଥିରେ ତାଙ୍କ ପୁଅମାନଙ୍କୁ ସମ୍ପୃକ୍ତ କରିବାକୁ ଷଡଯନ୍ତ୍ର କରୁଥିବାବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମରେ ତା'ର ପ୍ରଚାର ପ୍ରସାର କରାହେଉଛି | ତାଙ୍କ ବିରୋଧରେ ଜଘନ୍ୟ ଷଡଯନ୍ତ୍ର କରାଯାଉଛି ବୋଲି ସେ କହିଥିଲେ | ଆଜି ବଦ୍ରି ପାତ୍ରଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଧନ୍ୟବାଦ ଦେଉଛନ୍ତି | ନିରଞ୍ଜନ କହିଛନ୍ତି ଯେ, "ମତେ ମହାପୁରୁଷ ବୋଲି ସମ୍ବୋଧନ କରିଥିବାରୁ ମୁଁ ବଦ୍ରି ବାବୁଙ୍କୁ ଧନ୍ୟବାଦ ଦେଉଛି |" ବଦ୍ରି ବାବୁ ଜଣେ ବରିଷ୍ଠ ମନ୍ତ୍ରୀ | ଘସିପୁରାରେ ସାଧାରଣ ଲୋକେ କିଭଳି ଶାନ୍ତିରେ ଜୀବନଯାପନ କରିବେ ତାହା ତାଙ୍କର ନୈତିକ କର୍ତବ୍ୟ ହେବ କଥା | କିନ୍ତୁ ଘସିପୁରାରେ ସେ ଓ ତାଙ୍କ ପିଲାମାନେ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ମଧ୍ୟ ନିରଞ୍ଜନ କହିଛନ୍ତି | ସୂଚନାଯୋଗ୍ୟ ଯେ, ପୋଲିସଠାରୁ ଅଭିଯୁକ୍ତକୁ ଛଡ଼ାଇନେବା ଘଟଣାରେ ବଦ୍ରି ପାତ୍ରଙ୍କ ବଡପୁଅ ଏବେ ଜେଲରେ ଅଛନ୍ତି | ପୁଣି ଏବେ ଆଉ ଏକ ଆକ୍ରମଣ ଘଟଣାରେ ତାଙ୍କ ୪ର୍ଥ ପୁଅଙ୍କ ସମ୍ପୃକ୍ତି ନେଇ ମାମଲା ରୁଜ୍ଜୁ ହୋଇଛି | ଅପରାଧିକ କାର୍ଯ୍ୟକଳାପରେ ବଦ୍ରି ପାତ୍ରଙ୍କ ପୁଅମାନଙ୍କ ସମ୍ପୃକ୍ତି ଅଭିଯୋଗ ଯୋଗୁଁ ତାଙ୍କ ରାଜନୈତିକ ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.