'Thank you Narendra Modi', କାନାଡାର ରାଜରାସ୍ତାରେ ଲାଗିଲା ପ୍ରଧାନମନ୍ତ୍ରୀଙ୍କ ହୋର୍ଡିଂ, ଭାକସିନ୍ ପାଇଁ ଦିଆଗଲା ଧନ୍ୟବାଦ

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ, ୧୧/୦୩ :   କରୋନା ଭାଇରସ ବିରୋଧରେ ଚାଲିଥିବା ଲଢେଇରେ ଭାରତ ସଫଳ ହୋଇଛି । ସାରା ବିଶ୍ୱରୁ କରୋନା ମୁକାବିଲାକୁ ନେଇ ଭାରତର ଉଦ୍ୟମକୁ ପ୍ରଶଂସା କରାଯାଉଛି । ନେପାଳରୁ ନେଇ କାନାଡା ଯାଏଁ ଭାରତ ଭାକସିନ୍ ପ୍ରଦାନ କରି ସମସ୍ତଙ୍କ ସହ ରହିଥିବା ପ୍ରମାଣିତ କରିଛି । ଏହିକାରଣରୁ କାନାଡାର ରାସ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡବଡ ବ୍ୟାନର ଲାଗିଛି । କାନାଡାକୁ ଭାକସିନ୍ ପ୍ରଦାନ କରିଥିବାରୁ ଧନ୍ୟବାଦ ମୋଦୀ ଲେଖା ଥିବା ବିଲବୋର୍ଡ ଲଗାଯାଇଛି ।

ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ଖବର ଅନୁସାରେ, କାନାଡାରେ ଅନେକ ବିଲବୋର୍ଡ ଲାଗିଛି । ଯେଉଁଥିରେ ଭାକସିନ୍ ପ୍ରଦାନ କାରଣରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଗ୍ରେଟର୍ ଟରାଣ୍ଟୋ ଅଞ୍ଚଳରେ ଏହି ସବୁ ବୋର୍ଡ ଲାଗିଛି । ଏହାସହ ବୋର୍ଡରେ ଭାରତ-କାନାଡାର  ବନ୍ଧୁତା ବାବଦରେ ଉଲ୍ଲେଖ ରହିଛି ।

wp:html /wp:html

ସୂଚନାନୁସାରେ, କରୋନା ମୁକାବିଲା ପାଇଁ ଭାରତ କାନାଡାକୁ ମଧ୍ୟ ବାକସିନ୍ ଦେଇଛି । ଗତ ସପ୍ତାହରେ ଭାରତର ଭାକସିନ୍ କାନାଡାରେ ପହଁଚିଥିଲା । ଟିକାର ୫ ଲକ୍ଷ ଡୋଜ୍ ମାର୍ଚ୍ଚ ୪ରେ କାନାଡାର ଟରାଣ୍ଟୋରେ ପହଁଚିଥିଲା । ଆଷ୍ଟ୍ରାଜେନେକା ଭାକସିନର ୫ ଲକ୍ଷ ଡୋଜ୍ ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଟେକନୋଲୋଜିରେ ତିଆରି ହୋଇଛି ।

କାନାଡାର ମନ୍ତ୍ରୀ ଅନିତା ଆନନ୍ଦ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି । ବୁଧବାର କୋଭିସିଲ୍ଡ ଭାକସିନର ୫ ଲକ୍ଷ ଡୋଜ୍ ଆସି ପହଁଚିଛି । ଏହାସହ ସେମାନେ ମଧ୍ୟ ଭବିଷ୍ୟତରେ ଭାରତରୁ ସହଯୋଗ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.