Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଠାଣେରେ ଗୁଡ଼ି ଲାଗି ନାଇଲନ ମାଞ୍ଜା ବିକ୍ରି, ଷ୍ଟକ ଓ ବ୍ୟବହାର ଉପରେ ଲାଗିଲା କଟକଣା

15/01/2021 at 4:47 PM

ଠାଣେ ୧୫।୧: ମକର ସଂକ୍ରାନ୍ତି ସହ ସାରା ଦେଶରେ ଲୋକେ ଗୁଡ଼ି ଉଡାଇବାରେ ମସଗୁଲ ହୋଇଯାଆନ୍ତି। ବିଭିନ୍ନ ସ୍ଥାନରେ ଗୁଡ଼ିଉଡା ସାଙ୍ଗକୁ ଗୁଡ଼ି କଟାକଟି ପ୍ରତିଯୋଗୀତା ମଧ୍ୟ ଆୟୋଜନ କରାଯାଏ । ତେବେ ଏଥିଲାଗି ବ୍ୟବହାର ହେଉଥିବା ସୂତା ବା ମାଞ୍ଜା ଅନେକ ସମୟରେ ପରିବେଶ ବିପରୀତ ହେବା ଯୋଗୁ ଠାଣେ ପୋଲିସ ଏପରି କାର୍ଯ୍ୟକ୍ରମରେ ନାଇଲନ ମଞ୍ଜା ଉପଯୋଗ ଉପରେ କଟକଣା ଜାରି କରିଛି।

ଠାଣେ ପୋଲିସ କମିଶନରେଟ ପକ୍ଷରୁ ସହରରେ ଗୁଡ଼ି ଉଡାଇବା ଲାଗି  କାଚଗୁଣ୍ଡରେ ପ୍ରସ୍ତୁତ ମାଞ୍ଜା ଓ ନାଇଲନ ସୂତା ବିକ୍ରି, ଗଛିତ ରଖିବା ଓ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି। ମକର ସଂକ୍ରାନ୍ତିରେ ଗୁଡ଼ି ଉଡାର ଏକ ଭିନ୍ନ ମଜା ଥାଏ। ସବୁ ବୟସର ଲୋକେ ଏପରିକି ମହିଳାମାନେ ମଧ୍ୟ ଗୁଡ଼ିଉଡାରେ ମାତିଯାଆନ୍ତି। ତେବେ ଗୁଡ଼ି ପ୍ରତିଯୋଗୀତା ଲାଗି କାଚଗୁଣ୍ଡରେ ପ୍ରସ୍ତୁତ ମାଞ୍ଜା ଯୋଗୁ ଅନେକ ସମୟରେ ପକ୍ଷୀ ଓ ତଳେ ମଣିଷ ଏବଂ ଅନ୍ୟ ପଶୁ ଆହତ ହୋଇଥାନ୍ତି।

ଏପରି ଦୁର୍ଘଟଣା ଏଡାଇବା ଲାଗି ଠାଣେ ପୋଲିସ ପକ୍ଷରୁ ଚଳିତବର୍ଷ କଡ଼ା ସତର୍କତା ଅବଲମ୍ବନ କରାଯାଉଛି। ଏଥିଲାଗି ଗୁଡ଼ି, ନଟେଇ ଓ ସୂତା କାରବାର କରୁଥିବା ବ୍ୟବସାୟୀଙ୍କୁ ସତର୍କ କରାଯାଇଛି। ଯଦି କୌଣସି ଦୋକାନୀ ଗୁଡ଼଼ିଲାଗି ନାଇଲନ ସୂତା ଅଥବା କାଚଗୁଣ୍ଡା ମାଞ୍ଜା ବିକ୍ରି କରୁଥିବା ଅଥବା ଏଥିଲାଗି ରଖିଥିବା ଜଣାପଡେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ଏହି କଟକଣା ୧୪ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଲାଗୁ ହୋଇଛି।      

   Related Posts