ପକ୍ଷାଘାତରେ ଆକ୍ରାନ୍ତ ଥିଲେ ସ୍ବାମୀ : ଦିଅର କଲେ ଯୈାନ ଉତ୍ପୀଡ଼ନ

Published By : Prameya-News7 Bureau | January 07, 2019 IST

ଥାଣେ ୭/୧: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ବେମାର ଭାଇଙ୍କ ସ୍ତ୍ରୀଙ୍କୁ ଯୈାନ ନିର୍ଯ୍ୟାତନା ଦେଇଛନ୍ତି। ସେ ସୁଯୋଗ ପାଇ ନିଜ ଭାଉଜ ସହ ଯୈାନ ଉତ୍ପୀଡ଼ନ କରିଛନ୍ତି। ମହିଳାଙ୍କ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା କଲ୍ୟାଣ ଅଞ୍ଚଳରେ ଘଟିଛି। ମହିଳାଙ୍କ ସ୍ବାମୀ ପକ୍ଷାଘାତ ରୋଗରେ ପୀଡ଼ିତ। ଏଥିପାଇଁ ସେ ବିଛଣାରୁ ଉଠିପାରୁନାହାନ୍ତି। ଘରେ ଶାଶୁ ଶ୍ବଶୁରଙ୍କ ବ୍ୟତୀତ ଦିଅର ମଧ୍ୟ ଥିଲେ। ରବିବାର ଶାଶୁ ଶ୍ବଶୁର ଘରେ ନଥିବାର ସୁଯୋଗ ପାଇ ଦିଅର ଭାଉଜଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା କରିଥିଲେ। କିନ୍ତୁ ମହିଳା ଜଣକ ମନା କରିଥିଲେ।

ଏଥିରେ ଦିଅର ଉତ୍ତ୍ୟକ୍ତ ହୋଇ ରୋଗରେ ପୀଡ଼ିତ ଥିବା ଭାଇଙ୍କୁ ଆକ୍ରମଣ କରିଥିଲେ। ମହିଳାଜଣକ ସ୍ବାମୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବାବେଳେ ସେ ତାଙ୍କୁ ଆକ୍ରମଣ କରିଥିଲେ। ଏହା ସହିତ ମହିଳାଙ୍କୁ ଯୈାନ ନିର୍ଯ୍ୟାତନା ଦେଇଥିଲେ। ପାଟି ଶୁଣି ପଡ଼ୋଶୀ ଘଟଣାସ୍ଥଳରେ ଆସି ମହିଳାଙ୍କୁ ଅଭିଯୁକ୍ତଙ୍କ କବଳରୁ ରକ୍ଷା କରିଥିଲେ।

କିନ୍ତୁ ୨୬ବର୍ଷ ବୟସ୍କ ଦିଅର ସେଠାରୁ ଫେରାର ହୋଇଯାଇଥିଲା। ଘଟଣା ପରେ ମହିଳା ପୋଲିସ୍ ଷ୍ଟେସନ୍ ଯାଇ ସବୁ ଘଟଣା ବିଷୟରେ କହିଥିଲେ। ପୋଲିସ୍ ତୁରନ୍ତ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବାରେ ଲାଗିପଡ଼ିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.