Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଝିଅକୁ ହତ୍ୟା କରି ଟିଭି ଅଭିନେତ୍ରୀ କଲେ ଆତ୍ମହତ୍ୟା : ଜାଣନ୍ତୁ କାହିଁକି?

10/08/2019 at 10:26 AM

ମୁମ୍ବାଇ ୧୦/୮: ଥାଣେର କଲଓ୍ବାରେ ରହୁଥିବା ଜଣେ ଟିଭି ଅଭିନେତ୍ରୀ ନିଜ ୧୭ବର୍ଷ ବୟସ୍କା ଝିଅକୁ ହତ୍ୟା କରି ନିଜେ ମଧ୍ୟ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଟିଭି ଅଭିନେତ୍ରୀ ପ୍ରଜ୍ଞା ପାରକର (୪୦) ନିଜ ସ୍ବାମୀ ପ୍ରଶାନ୍ତ ପାରକର ଏବଂ ଝିଅ ଶ୍ରୃତିଙ୍କ ସହ ମନି​ଷା ନଗରର ଗୌରୀ ସୁମନ ଆପାର୍ଟମେଣ୍ଟରେ ରହୁଥିଲେ। ପ୍ରଜ୍ଞା ପାରକର ଛୋଟ ମୋଟ ମରାଠୀ ଟିଭି ଧାରାବାହିକରେ  ଏବଂ ନାଟକରେ କାମ କରୁଥିଲେ। ପ୍ରଶାନ୍ତ ପାରକର ଘରୋଇ ଏକ୍ସପୋର୍ଟ ଇମପୋର୍ଟ କମ୍ପାନୀରେ କାର୍ଯ୍ୟରତ ଥିଲେ। ଶ୍ରୃତି ଦ୍ବାଦଶରେ ପଢ଼ୁଥିଲେ। ପ୍ରତିଦିନ ଭଳି ଗତକାଲି ସକାଳ ୭:୩୦ରେ ପ୍ରଶାନ୍ତ ଜିମ୍ ଯାଇଥିଲେ। ୯:୩୦ରେ ଯେତେବେଳେ ସେ ଘରକୁ ଫେରିଥିଲେ ସେତେବେଳେ ଘରର କବାଟ ଦୀର୍ଘ ସମୟ ଯାଏଁ କେହି ଖୋଲିନଥିଲେ। ଚାବି କରୁଥିବା ଲୋକଙ୍କୁ ଡାକିବାରୁ ସେମାନେ ଆସି କବାଟ ଖୋଲିଥିଲେ। ଏହାପରେ ସେ ଭିତରେ ଯାଇ ଦେଖିଥିଲେ ଯେ ପତ୍ନୀ ଏବଂ ଝିଅର ଶବ ପଡ଼ିଛି।

ପ୍ରଶାନ୍ତ ପଡ଼ୋଶୀଙ୍କ ସାହାଯ୍ୟରେ ପତ୍ନୀ ଏବଂ ଝିଅକୁ ପାଖରେ ଥିବା ଘରୋଇ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷିତ କରିଥିଲେ। ହସ୍ପିଟାଲ ପ୍ରଶାସନ ଏହି ଘଟଣାର ସୂଚନା ପୋଲିସକୁ ଦେଇଥିଲେ। ଏହାପରେ ହସ୍ପିଟାଲରେ ପୋଲିସ୍ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ।

 ପୋଲିସ୍ ଅନୁଯାୟୀ ପ୍ରଥମେ ପ୍ରଜ୍ଞା ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲେ ଏହା ପରେ ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ପ୍ରଜ୍ଞାଙ୍କୁ କିଛି ଦିନ ହେବ ଧାରାବାହିକରେ କାମ ମିଳୁନଥିଲା ଯେଉଁଥିପାଇଁ ସେ ମାନସିକ ଅବସାଦରେ ରହୁଥିଲେ। ପ୍ରଶାନ୍ତଙ୍କ ଚାକିରୀ ଚାଲିଯାଇଥିଲା ଯାହା ଦ୍ବାରା ପରିବାରରେ ଅଶାନ୍ତିର ବାତାବରଣ ଥିଲା।

   Related Posts