ଦୁଷ୍କର୍ମକାରୀକୁ ଗିରଫ ଦାବିରେ ଥାନା ଘେରାଉ

Published By : Prameya-News7 Bureau | June 29, 2018 IST

ଦୁଷ୍କର୍ମକାରୀଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି ଶତାଧିକ ମହିଳା | ଆଜି ମୟୁରଭଞ୍ଜ ଜିଲ୍ଲା ରା଼ରୁଆଁ ଥାନା ଘେରାଉ ସହ ଧାରଣାରେ ବସିଛନ୍ତି କରଞ୍ଜିଆ ଚିରୁହାତୁ ଗାଁର ଶତାଧିକ ମହିଳା ଓ ପୁରୁଷ | ଗତ ୨୩ ତାରିଖରେ ଚିରୁହାତୁ ଗାଁର ଜଣେ ଯୁବତୀଙ୍କୁ ଯୁବକ ଜଣକ ଘରୁ ଉଠାଇ ନେଇ ଥାନା ପଛପଟ ଜଙ୍ଗଲରେ ଦୁଷ୍କର୍ମ କରି ଛାଡି ପଳାଇଥିଲା | ସକାଳେ ଗାଁ ଲୋକେ ଯୁବତୀଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଥିଲେ | ତେବେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଛି | ଘଟଣାକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିନାହିଁ | ଅଭିଯୁକ୍ତକୁ ଗିରଫ ନକରିଥିବା ପ୍ରତିବାଦରେ ଧାରଣା ଦେବା ସହ ଥାନା ଘେରାଉ କରିଛନ୍ତି ଗ୍ରାମବାସୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.