ଚର୍ଚ୍ଚାରେ ଦକ୍ଷିଣଭାରତୀୟ ଅଭିନେତା ବିଜୟ ଥାଲାପଥିଙ୍କ ଉପହାର, ୪ଶହ ସୁଟିଂ କ୍ରିୟୁଙ୍କୁ ଦେଇଛନ୍ତି ସୁନାମୁଦି

Published By : Prameya-News7 Bureau | August 17, 2019 IST

ଅପକମିଙ୍ଗ ଫିଲ୍ମ ‘ବିଗିଲ’କୁ ନେଇ ଦକ୍ଷିଣଭାରତୀୟ ସୁପରଷ୍ଟାର ବିଜୟ ଥାଲାପଥି ଏବେ ଖୁବ୍ ଚର୍ଚ୍ଚାରେ। ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛି। ସଫଳତାର ସହ ସୁଟିଂ ଶେଷ ହେବା ପରେ ପୁରା କାଷ୍ଟକୁ ବିଜୟ ଫିଲ୍ମର ନାମ ଲେଖା ଥିବା ଗୋଟିଏ ଲେଖାଏଁ ସୁନାମୁଦି ଉପହାରରେ ଦେଇଛନ୍ତି। ଉପହାର ପାଇଁ ସୁଟିଂ ଟିମ୍ ର ସମସ୍ତ ସଦସ୍ୟ ବି ବେଶ ଖୁସ୍। ଏଥିପାଇଁ ସେମାନେ ସୋସାଲ ମିଡିଆରେ ବିଜୟଙ୍କୁ ଧନ୍ୟବାଦ ବି ଦେଇଛନ୍ତି।

{"id":145394}
wp:html /wp:html

ଫିଲ୍ମର କ୍ରିଏଟିଭ ପ୍ରଡ୍ୟୁସର ଅର୍ଚ୍ଚନା କଲପଥୀ ଏକ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ଯେ ‘ବିଗିଲ’ ପାଇଁ ୪ଶହ ଜଣିଆ ଟିମ୍ କାମ କରୁଛନ୍ତି। ଫିଲ୍ମର ସୁଟିଂ ଯେପରି ଶୀଘ୍ର ଶେଷ ହେବ ଓ ପର୍ଦାକୁ ଆସିବ ସେମାନେ ଦିନରାତି ଏକ କରିଦେଇଛନ୍ତି। ତେବେ ଲୋକଙ୍କ ଏହି ଯୋଗଦାନକୁ ଥାଲାପଥି ଆହୁରି ବି ଖାସ କରିଦେଇଛନ୍ତି। ତାଙ୍କର ସ୍ନେହ ସମସ୍ତଙ୍କ ଦିନ ବନେଇଦେଇଛି।

{"id":145397,"width":580,"height":291}

ବିଜୟଙ୍କ ଏହି ଫିଲ୍ମଟି ଆଗାମୀ ଦିପାବଳୀ ଅବସରରେ ମୁକ୍ତିଲାଭ କରିବ। ଏଥିରେ ବିଜୟଙ୍କ ବିପକ୍ଷରେ ନୟନତାରା ଅଭିନୟ କରୁଥିବା ବେଳେ ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ ଓ ଶାହାରୁଖ ଖାନ ମଧ୍ୟ ପର୍ଦ୍ଦାରେ ଦେଖାଯିବେ। ଫିଲ୍ମରେ ଶାହରୁଖଙ୍କ ଅଭିନ ଖୁବ୍ ସ୍ୱଳ୍ପ। ତେବେ ସେ ଫିଲ୍ମର ମୁଖ୍ୟ ଖଳ ଚରିତ୍ରରେ ଅଭିନୟ କରୁଛନ୍ତି। ଏଥିରେ ବିଜୟ ଉଭୟ ପିତା ଓ ପୁତ୍ର ଭୂମିକାରେ ଦେଖିବାକୁ ମିଳିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.