Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅଭିନୟ ଛାଡି ରାଜନୀତିରେ ଯୋଗ ଦେବେ ବଲିଉଡ୍ କୁଇନ୍ କଙ୍ଗନା ! ଏଭଳି କିଛି କହିଲେ ଅଭିନେତ୍ରୀ…

11/09/2021 at 10:11 AM

ମୁମ୍ବାଇ ୧୧/୦୯ : ସିନେମା ଜଗତରେ କଙ୍ଗନା ରଣାୱତ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି। ସେ ଗତ କିଛି ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କଙ୍ଗନା ରଣାୱତଙ୍କ ଫିଲ୍ମ ‘ଥଲାଇଭି’ ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ କଙ୍ଗନା ସ୍ୱର୍ଗତ ଭେଟେରାନ ରାଜନେତା ଜେ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଥିଲେ। ଦେଶ, ବିଶ୍ୱ କିମ୍ବା ମନୋରଞ୍ଜନ ଜଗତ ସହ ଜଡିତ ଯେ କୌଣସି ପ୍ରସଙ୍ଗ ହେଉ, କଙ୍ଗନା ରାନାୱତ ନିଜ ମତକୁ ଅତି ଖୋଲାଖୋଲି ଭାବରେ ପ୍ରକାଶ କରିବା ପାଇଁ ବେଶ ଜଣାଶୁଣା ।

କିନ୍ତୁ ଜୟଲଳିତାଙ୍କ ବାୟୋପିକରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କଙ୍ଗନା ରଣାୱତ ରାଜନୈତିକ ଦୁନିଆରେ ପାଦ ଦେବେ କି? ତେବେ ଏକ ରିପୋର୍ଟ ଅନୁଯାୟୀ, କଙ୍ଗନା ରାନାୱତ ତାଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ସମ୍ପୁର୍ଣ୍ଣ ଜନସାଧାରଣଙ୍କ ହାତରେ ଅଛି। ସେ କହିଛନ୍ତି, ‘ମୁଁ ଜଣେ ନେତା ହୋଇପାରିବି କି ନାହିଁ ତାହା ମୋ ହାତରେ ନାହିଁ। ଲୋକଙ୍କ ସମର୍ଥନ ବିନା ଆପଣ ପଞ୍ଚାୟତ ନିର୍ବାଚନ ମଧ୍ୟ କରିପାରିବେ ନାହିଁ।

କଙ୍ଗନା ରାନାୱତ କହିଛନ୍ତି, ‘ଯଦି ମୁଁ ରାଜନୀତିରେ ପ୍ରବେଶ କରେ, ତେବେ ଏହା ଲୋକମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ । ମୁଁ ଜଣେ ଜାତୀୟତାବାଦୀ ଏବଂ ମୁଁ ଦେଶ ସହ ଜଡିତ ପ୍ରସଙ୍ଗରେ କଥାବାର୍ତ୍ତା କରେ। ଏହି କାରଣରୁ ଲୋକମାନେ ଭାବନ୍ତି ଯେ ମୁଁ ରାଜନୈତିକ ପ୍ରସଙ୍ଗ ବିଷୟରେ କଥାବାର୍ତ୍ତା କରେ । ମୁଁ ଜଣେ ଦାୟିତ୍ୱବାନ ନାଗରିକ । ଏହି କାର୍ଯ୍ୟକ୍ରମରେ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବାର ଅନୁଭବ ବିଷୟରେ ମଧ୍ୟ କହିଛନ୍ତି । ଫିଲ୍ମ କରିବା ପରେ ରାଜନୀତି ବହୁତ କଠିନ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିରେ ତୁମ ବନ୍ଧୁ ଶତ୍ରୁ ପାଲଟିଯାଇଥାନ୍ତି, ଜୀବନ ପ୍ରତି ମଧ୍ୟ ବିପଦ ଥିବା ସେ କହିଛନ୍ତି ।

   Related Posts